Latest Odisha News

ରାଉରକେଲାରେ ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ରାଉରକେଲା  : ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫- ଟି ସଚିବ ଭିକେ ପାଣ୍ଡିଆନ୍ ।ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧିନ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ଓ ୫- ଟି ସଚିବ । ଷ୍ଟାଡିୟମ୍ ପରିସର ବୁଲିଦେଖିବା ସହ ଜାରି ରହିଥିବା କାମର ସ୍ଥିତି ଅନୁଧ୍ୟାନ କରିଛନ୍ତି ।୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାମ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ରାଉରକେଲାରେ ୧୧୪ କୋଟି ଟଙ୍କା ବ୍ୟୟରେ ଦେଶର ସର୍ବ ବୃହତ୍ ହକି ଷ୍ଟାଡିୟମ ନିିର୍ମାଣ ହେଉଛି ।୨୦୨୩ ମସିହାରେ ଏହି ଷ୍ଟାଡିୟମରେ ପୁରୁଷ ହକି ମ୍ୟାଚ୍ ଅନୁଷ୍ଠିତ ହେବ ।ସେହିପରି ବିପିୟୁଟି ପରିସରରେ ୨ଶହ ବେଡ୍ ବିଶିଷ୍ଟ ଏକ ଭବନ ନିର୍ମାଣ କରିବାର ଯୋଜନା ରହିଛି ।ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,୫ଟି ସଟିବ ଭିକେ ପାଣ୍ଡିଆନ୍, ଶିଳ୍ପ ସଚ୍ଚିବ ହେମନ୍ତ ସର୍ମା , କ୍ରୀଡା ସଚିବ ଭିନିଲ କ୍ରିଷ୍ଣନ ଓ ଇଡକୋ ସିଚିବ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ନିର୍ମାଣାଧିନ କାର୍ଯ୍ୟର ତଦରଖ କରିଛନ୍ତି ।

 

Leave A Reply

Your email address will not be published.