ପୁଣେ: ପୁଣେ ସହରରେ ଜିକା ଭାଇରସ ସଂକ୍ରମଣର ୬ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସୋମବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଜଣାପଡିଛି। ଏହି ରୋଗୀଙ୍କ ମଧ୍ୟରେ ଦୁଇଜଣ ଗର୍ଭବତୀ ମହିଳା ଅଛନ୍ତି। ଜିକା ଭାଇରସ ସଂକ୍ରମଣର ପ୍ରଥମ ମାମଲା ଏରାଣ୍ଡୱାନେରୁ ଚିହ୍ନଟ ହୋଇଥିଲା। ଏହି ଭାଇରସରେ ଶୁକ୍ରବାର ଜଣେ ୨୮ ବର୍ଷୀୟ ଗର୍ଭବତୀ ମହିଳା ସଂକ୍ରମିତ ଚିହ୍ନଟ ଜଣାପଡିଥିଲା। ପରେ ଆଉ ଜଣେ ଗର୍ଭବତୀ ପଜିଟିଭ ଥିବା ଜଣାପଡିଛି, ଯିଏକି ୧୨ ସପ୍ତାହର ଗର୍ଭବତୀ ରହିଛନ୍ତି।
ଏହାପୂର୍ବରୁ ଜଣେ ୪୬ ବର୍ଷୀୟ ଡାକ୍ତର ଏବଂ ତାଙ୍କ ଝିଅ ଜିକା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସହରର ଏରାଣ୍ଡୱାନେ ଅଞ୍ଚଳରେ ୪ ଜଣ ଏବଂ ମୁନଧୱା ଅଞ୍ଚଳରେ ୨ ଜଣ ସଂକ୍ରମିତ ଚିହ୍ନଟ।
ତେବେ ଜିକା ଭାଇରସ ସଂକ୍ରମଣ ଏଡିସ୍ ମଶା କାମୁଡ଼ିବା ଦ୍ବାରା ହୋଇଥାଏ। ଏହି ମଶା କାମୁଡ଼ିବା ଦ୍ବାରା ଡେଙ୍ଗୁ ଏବଂ ଚିକନେଗୁନିଆ ଭଳି ସଂକ୍ରମଣ ମଧ୍ୟ ହୋଇଥାଏ। ସୂଚନାଥାଉ କି, ଏହି ଭାଇରସ ପ୍ରଥମେ ଉଗାଣ୍ଡାରେ ୧୯୪୭ରେ ମସିହାରେ ଚିହ୍ନଟ ହୋଇଥିଲା।
Comments are closed.