Latest Odisha News

ଜୁନ୍‌ ୭ରୁ ଆରମ୍ଭ ହେବ +୨ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଉଚ୍ଚ ମାଧ୍ୟମିକ (ଯୁକ୍ତ-୨) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ତା. ୦୭/୦୬/୨୦୨୪ରିଖଠାରୁ ପ୍ରକ୍ରିୟା ଆରମ୍ଭ ହେବ । ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଇଚ୍ଛୁକ ଛାତ୍ରଛାତ୍ରୀମାନେ ସାମସ୍ ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ ।  ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ହେବ ନାମଲେଖା ।  ସାମ୍‌ସ ପୋର୍ଟାଲ www.samsodisha.gov.in ରେ କମନ୍‌ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ  । ଏହି ଇ-ଆଡ଼୍‌ମିଶନ୍‌ ମାଧ୍ୟମରେ ଆଡ଼୍‌ମିଶନ୍‌ କରାଯାଉଥିବା ଅଦ୍ୟାବଧି ଉପଲବ୍ଧ ଥିବା ୨୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ଯଥାକ୍ରମେ କଳାରେ ୨,୯୪,୮୪୦, ବିଜ୍ଞାନରେ ୧,୬୬,୯୨୯, ବାଣିଜ୍ୟରେ ୪୦,୧୦୪, ସଂସ୍କୃତରେ ୧୩,୦୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦,୫୦୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍‌ ଉପଲବ୍ଧ ରହିଅଛି । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଇ-ଆଡ୍‌ମିଶନ୍‌ ପାଇଁ ଧାର୍ଯ୍ୟ ତାରିଖ ସୂଚୀର ସବିଶେଷ ତଥ୍ୟ କେତେକ ଅଗ୍ରଣୀ ଓଡ଼ିଆ ଏବଂ ଇଂଗ୍ରାଜୀ ଦୈନିକ ସମ୍ବାଦପତ୍ରରେ ସୂଚିତ କରାଯିବ ।

ସେହିପରି ଜୁନ ୩ରୁ + ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୩୭ ମହାବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସ୍ନାତକ (+୩) ନାମଲେଖା ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍‌ ୧୭ ଆବେଦନର ଶେଷ ଅବଧି ରହିଛି। ୧୮ ଓ ୧୯ ଦୁଇ ଦିନ ଧରି ଆବେଦନକାରୀ ଆବେଦନପତ୍ରରେ ତ୍ରୁଟି ଥିଲେ ଅନ୍‌ଲାଇନ୍‌ରେ ସଂଶୋଧନ କରିପାରିବେ ।

 

Leave A Reply

Your email address will not be published.