Latest Odisha News

BREAKING NEWS

ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ

ଭୁବନେଶ୍ୱର : ଆଜି ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟାନ୍ତ୍ରକ ସୂଚନା ଦେଇଛନ୍ତି । ପ୍ରଥମେ ବିଜ୍ଞାନ ଓ ତା’ ପରେ  ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ । ଶେଷରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି ସିଏଚଏସଇ  ସୂଚନା ମିଳିଛି ।

ତେବେ ମେ’ ୩୦ କିମ୍ବା ୩୧ରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ସେହିପରି ୮ ଜୁନ୍ ସୁଦ୍ଧା  କଳା ଓ ଧନ୍ଦାମୂଳକ ଫଳାଫଳ ପ୍ରକାଶ ପାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଆଜି ଯୁକ୍ତ ଦୁଇ ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରିବ ଉଚ୍ଚଶିକ୍ଷା ପରିଷଦ ।

ସୂଚନାଥାଉ କି, ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିଲା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । ମୋଟ୍‌ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏପ୍ରିଲ ୫ରେ ପରୀକ୍ଷା  ଶେଷ ହୋଇଥିଲା। ଏଥରୁ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍‌ ୧୦ରୁ ୨୨ ମଧ୍ୟରେ ଅନ୍‌ଲାଇନ୍‌ରେ ପରୀକ୍ଷା ଖାତା ଦେଖାଯାଇଥିବା ବେଳେ ଏପ୍ରିଲ୍‌ ୧୦ରୁ ୨୧ ମଧ୍ୟରେ ଅଫଲାଇନ୍‌ରେ ଖାତା ଦେଖାଯାଇଛି । ୨ୟ ପର୍ଯ୍ୟାୟରେ ଏପ୍ରିଲ୍‌ ୨୫ରୁ ମେ ୭ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଏବଂ ୨୩ ଏପ୍ରିଲ୍‌ରୁ ମେ ୪ ପର୍ଯ୍ୟନ୍ତ ଅଫଲାଇନ୍‌ରେ ଖାତା ମୂଲ୍ୟାୟନ କରାଯାଇଛି ।

ଅନ୍ୟପକ୍ଷେ  ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗର ପୋର୍ଟାଲ SAMS ଜରିଆରେ କମନ ଆପ୍ଲିକେସନ ଫର୍ମ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

Leave A Reply

Your email address will not be published.