Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀକୁ କ୍ଷମା ମିଳିଛି, ତେଣୁ ୟାସିନ ମଲ୍ଲିକ ମାମଲାକୁ ପୁନଃ ବିଚାର କରାଯାଉ: ମେହେବୁବା ମୁଫ୍‌ତୀ

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ସଜା କାଟୁଥିବା ୟାସିନ ମଲ୍ଲିକଙ୍କ ଉପରେ ଦୟା ଦେଖାଇଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତୁ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍‌ତୀ। ୟାସିନ ବିରୋଧରେ ଲାଗିଥିବା ମାମଲାରେ ଦଣ୍ଡ କୋହଳ କରାଯାଉ ଓ ମାମଲାର ପୁନର୍ବିଚାର କରାଯାଉ ବୋଲି ସେ ଦାବି କରିଛନ୍ତି।

ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ମୁଖ୍ୟ ମେହେବୁବା ଶନିବାର(ମେ ୨୭) କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ(ଜେକେଏଲ୍‌ଏଫ୍) ପ୍ରମୁଖ ୟାସିନ ମଲ୍ଲିକ ବିଷୟରେ ସମୀକ୍ଷା ଓ ପୁନର୍ବିଚାର କରିବାର ଦରକାର। କାରଣ ଭାରତ ଭଳି ଗଣତାନ୍ତ୍ରୀକ ରାଷ୍ଟ୍ରରେ ଜଣେ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀଙ୍କ ଦଣ୍ଡ କ୍ଷମା କରିଦିଆଯାଇଛି।

ମେହେବୁବାଙ୍କ ବୟାନ ଏମିତି ସମୟରେ ଆସିଛି ଯେତେବେଳେ ଏନ୍‌ଆଇଏ ତାଙ୍କର ମୃତ୍ୟୁ ଦଣ୍ଡ ନେଇ କୋର୍ଟରେ ଫେରାଦ ହୋଇଛି। ଗତପରଦିନ(ମେ ୨୬) ତାରିଖରେ ଜାତିୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ୟାସିନ ମଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। ଏଭଳି ଅପରାଧିକଙ୍କୁ ମୃତ୍ୟୁ ଦଣ୍ଡ ନଦେଲେ ନ୍ୟାୟ ବାଟ ହୁଡ଼ିବ ବୋଲି ଏନ୍ଆଇଏ କହିଥିଲା।

ଏହା ପୂର୍ବରୁ ଏନ୍‌ଆଇଏ ଫାଶୀ ଦଣ୍ଡ ନେଇ ପ୍ରଥମେ ଟ୍ରାଏଲ କୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେବାରୁ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ତଦନ୍ତକାରୀ ସଂସ୍ଥା।

ଏନ୍‌ଆଇର ଏହି ଆବେଦନର ଶୁଣାଣି ଆସନ୍ତା ମେ ୨୯ ତାରିଖ ସୋମବାର ହେବ। ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ତଲୱନ୍ତ ସିଂହ ଏହାର ଶୁଣାଣି କରିବେ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୨୦୨୨ ମେ’ ମାସରେ ୟାସିନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ଦିଲ୍ଲୀର ଏକ କୋର୍ଟ।

ଏହି ମାମଲାରେ ହାଫିଜ ମହମ୍ମଦ ସୟିଦ, ଶବିର ଅହମଦ ଶାହ, ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସଲ୍ଲାହୁଦ୍ଦିନ, ରଶିଦ ଇଞ୍ଜିନିୟର, ଜହୋର ଅହମଦ ଶାହ ୱାଟାଲି, ଶାହିଦ ଉଲ ଇସଲାମ, ଅଲତାଫ ଅହମଦ ଶାହ, ନୟୀମ ଖାନ ଓ ଫାରୁକ ଅହମଦ ଦର ମଧ୍ୟ ରହିଛନ୍ତି। ଏମାନଙ୍କ ବିରୋଧରେ ମଧ୍ୟ ୟୁଏପିଏ ଲାଗିଛି।

ୟସିନ୍ ମଲ୍ଲିକ ବିରୋଧରେ ଜାମ୍ମୁରେ ଦୁଇଟି ହାଇ-ପ୍ରୋଫାଇଲ୍ ମାମଲା ଚାଲୁଛି । ୧୯୯୦ରେ ସେ ବିଚ୍ଛିନ୍ନବାଦୀ ନେତାଙ୍କ ପ୍ରମୁଖ ଚେହେରା ଥିଲା । ଯୁବପୀଢୀଙ୍କୁ ଧରି ହିଂସା ଉସୁକେଇବା ଭଳି କାର୍ଯ୍ୟ କରୁଥିଲା ବୋଲି ଏନଆଇଏ ରିପୋର୍ଟ ଦେଇଛି । ଫଳରେ କାଶ୍ମୀରରୁ ବହୁ ସଂଖ୍ୟାରେ କାଶ୍ମୀର ପଣ୍ଡିତ ପଳାୟନ କରିଛନ୍ତି । ୟୁସିନ ମଲ୍ଲିକ ଉପରେ ୧୯୮୯ ଡିସେମ୍ବର ୮ ତାରିଖରୁ ରୁବେୟା ସୈଦ ଅପହରଣ ମାମଲାରେ ଶୁଣାଣି ଚାଲୁଛି । ସେହିପରି ୨୫ ଜାନୁଆରୀ ୧୯୯୦ରେ ୪ ବାୟୁସେନା ଅଧିକାରୀଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ୟାସିନ୍ ।

Leave A Reply

Your email address will not be published.