Latest Odisha News

ବହି ଆଣିବାକୁ ଯାଇ ଆଉ ଫେରିଲେନି, ଦୁଇ ସ୍କୁଲ ଛାତ୍ର ନିଖୋଜ 

ପିପିଲି: ପିପିଲି ଥାନା କମଳାସାଗର ପାଟଣା ଗାଁର ଦୁଇ ସ୍କୁଲ ଛାତ୍ର ନିଖୋଜ ହୋଇଛନ୍ତି ଏନେଇ ପରିବାର ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଛି ନିଖୋଜ ଦୁଇ ଛାତ୍ର ହେଲେ ଗାଁର ପବିତ୍ର ଦାସଙ୍କ ପୁଅ ନିରଞ୍ଜନ ଓ ଅନ୍ୟ ଜଣେ କେଦାର ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ । 

ଗତକାଲି ସକାଳୁ ଘରୁ ସାଇକେଲ ନେଇ ସ୍କୁଲକୁ ବହି ଆଣିବାକୁ ଯାଇ ଆଉ ଫେରିନାହାନ୍ତି ଦୁହେଁ  ପିପିଲି ପୋଲିସର ଏକ ଟିମ୍ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଜାରି ରଖିଛି  ସେପଟେ ପିଲାଙ୍କୁ ସ୍କୁଲ ପକ୍ଷରୁ ବହି ଦିଆଯିବା ନେଇ ଡକା ଯାଇନଥିଲା ବୋଲି କହିଛନ୍ତି ଖଣ୍ଡିମଙ୍ଗଳପୁର ସ୍କୁଲର ପ୍ରଧାନ ଶିକ୍ଷକ  

 

 

 

Comments are closed.