Latest Odisha News

BREAKING NEWS

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଛି । ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟକୁ ୪୦ ହଜାର ୮୦୦ ଭାୟାଲ ଆସିଛି ।

ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ ଜିଲ୍ଲାକୁ ପଠାଯିବ । ଏଥି୍ ପାଇଁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଚିଠି ପଠାଯାଇଛି । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ପ୍ରାଥମିକ ପର‌୍ୟ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ତଥା କୋଭିଡ଼ ଯୋଦ୍ଧାଙ୍କୁ ଦିଆଯିବ ଏହି ଟିକା ।

Leave A Reply

Your email address will not be published.