Latest Odisha News

BREAKING NEWS

ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ ସାମିଲ୍‌ ହେଲା କ୍ୟୁବା

ୱାଶିଂଟନ୍: ଆତଙ୍କବାଦ ପ୍ରାୟୋଜିତ କରୁଥିବା ଦେଶ ତାଲିକାରେ ଆମେରିକା ପୁଣି କ୍ୟୁବାକୁ ସ୍ଥାନିତ କରିଛି। କାର୍ଯ୍ୟକାଳ ଶେଷ ହେବାର କିଛି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହି ପଦକ୍ଷେପ ନେଇଥିଛନ୍ତି। ଆମେରିକାର ତାଲିକାରେ କ୍ୟୁବା ପ୍ରଥମ ନାମ ଥିଲା, ଯାହା ବାରାକ ଓବାମାଙ୍କ କାର୍ଯ୍ୟକାଳ ସମୟରେ ହଟାଯାଇଥିଲା। ଆମେରିକାର ନିଷ୍ପତ୍ତିକୁ କ୍ୟୁବାର ବୈଦେଶିକ ମନ୍ତ୍ରୀ ବ୍ରୁନୋ ରୋଡ୍ରିଗେଜ ନିନ୍ଦା କରିଛନ୍ତି।

ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ ନାମ ରଖିବା ବିଷୟରେ ବୈଦେଶିକ ମନ୍ତ୍ରୀ ମାଇକ ମ୍ପୋପିଓ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ତାଲିକାରେ ନାମ ଯୋଡାଯିବା ପରେ କ୍ୟୁବା ଉପରେ ନୂଆ ପ୍ରତିବନ୍ଧକ ଲଗାଯାଉଛି। ଏହା ସହିତ ପ୍ରତିରକ୍ଷା ଉତ୍ପାଦ କ୍ରୟ ଉପରେ ଏକ ନିଷେଧାଦେଶ ରହିଛି। ବିଦେଶୀ ସହାୟତା କ୍ଷେତ୍ରରେ ମଧ୍ୟ ଅନେକ ପ୍ରତିବନ୍ଧକ ଲଗାଯାଇଛି। ବାଣିଜ୍ୟ ନୀତିରେ ମଧ୍ୟ ସେ କିଛି ପ୍ରତିବନ୍ଧକ ଲାଗୁ କରାଯାଇଛି।

ମାଇକ୍‌ କହିଛନ୍ତି ଯେ ଅନ୍ତର୍ଜାତୀୟ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ କରିବାକୁ ଆମେରିକା ସରକାରଙ୍କ କାର୍ଯ୍ୟ କ୍ୟୁବା ପାଇଁ ଏକ ସ୍ପଷ୍ଟ ବାର୍ତ୍ତା। ସେ ଏହା ମଧ୍ୟ କହିଛନ୍ତି ଯେ ୨୦୧୫ ରେ କ୍ୟୁବା ଯେଉଁ ତାଲିକାରୁ ହଟାଯାଇଥିଲା ସେହି ସର୍ତ୍ତଗୁଡିକ ଉଲ୍ଲଂଘନ କରାଯାଇଛି। ଏବେ ତାଙ୍କ ନାମ ପୁଣି ଏହି ତାଲିକାରେ ଯୋଡି ହୋଇଛି।

Leave A Reply

Your email address will not be published.