Latest Odisha News

BREAKING NEWS

ବହି ଆଣିବାକୁ ଯାଇ ଆଉ ଫେରିଲେନି, ଦୁଇ ସ୍କୁଲ ଛାତ୍ର ନିଖୋଜ 

ପିପିଲି: ପିପିଲି ଥାନା କମଳାସାଗର ପାଟଣା ଗାଁର ଦୁଇ ସ୍କୁଲ ଛାତ୍ର ନିଖୋଜ ହୋଇଛନ୍ତି । ଏନେଇ ପରିବାର ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଦୁଇ ଛାତ୍ର ହେଲେ ଗାଁର ପବିତ୍ର ଦାସଙ୍କ ପୁଅ ନିରଞ୍ଜନ ଓ ଅନ୍ୟ ଜଣେ କେଦାର ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ । 

ଗତକାଲି ସକାଳୁ ଘରୁ ସାଇକେଲ ନେଇ ସ୍କୁଲକୁ ବହି ଆଣିବାକୁ ଯାଇ ଆଉ ଫେରିନାହାନ୍ତି ଦୁହେଁ ।  ପିପିଲି ପୋଲିସର ଏକ ଟିମ୍ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଜାରି ରଖିଛି ।  ସେପଟେ ପିଲାଙ୍କୁ ସ୍କୁଲ ପକ୍ଷରୁ ବହି ଦିଆଯିବା ନେଇ ଡକା ଯାଇନଥିଲା ବୋଲି କହିଛନ୍ତି ଖଣ୍ଡିମଙ୍ଗଳପୁର ସ୍କୁଲର ପ୍ରଧାନ ଶିକ୍ଷକ ।  

 

 

 

Comments are closed.