Latest Odisha News

ମହୁମାଛି ଆକ୍ରମଣରେ ଦୁଇଜଣ ଗୁରୁତର

କାମାକ୍ଷାନଗର: ମହୁମାଛି ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛି । ଢ଼େଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ଲତାବିଲ ସାହିରେ ଘଟିଛି ଏହି ଘଟଣା । ଦୁଇଜଣ ଗୁରୁତରମାନେ ଲତାବିଲ ସାହିର ପ୍ରତାପ କୁମାର ବେହେରା ଓ ପ୍ରଦୀପ୍ତ ଦାଶ ।

ସୂଚନା ଅନୁସାରେ, ପ୍ରତାପ ନିଜ ବାଡ଼ିରେ ଚାଷ କାମ କରୁଥିବାବେଳେ ହଠାତ୍ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଅନ୍ୟପଟେ ପ୍ରଦୀପ୍ତ ବଜାର କାମ ସାରି ଘରକୁ ନିଜ ସାଇକେଲରେ ଫେରିବାବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଉଭୟ ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.