Latest Odisha News

BREAKING NEWS

ବାଲେଶ୍ବରରେ ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ : ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଅଘଟଣ  । ଆଜି ମଧ୍ୟାହ୍ନରେ ଏକ ଗ୍ୟାସ୍‌ ଟାଙ୍କି ଫାଟି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ  ଜଣେ ପୁରୁଷ ଓ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୂତାବକ ପୁରୁଣା ଗାଁର ଜଣେ ବାସୀନ୍ଦାଙ୍କ ଘରେ ଗ୍ୟାସ୍ ଟାଙ୍କି ଫାଟିଥିଲା । ଆଖି ପିଛୁଳାକେ ସମ୍ପୂର୍ଣ୍ଣ ଘରେ ନିଆଁ ଲାଗିଯାଇଥିଲା ।

ଫଳରେ ଘରେ ଥିବା ଜଣେ ପୁରୁଷ ଓ ମହିଳା ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସ୍ଥାନୀୟ ତୁରନ୍ତ ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି  । ସେପଟେ ଉଭୟଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Leave A Reply

Your email address will not be published.