Latest Odisha News

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍‌ଯାପିତ

୮ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଉଦ୍‌ଯାପିତ ହୋଇଛି । ଏହି ଅବସରରେ ପରିଷଦର ସଦସ୍ୟମାନଙ୍କ ହରେନ୍‌ ସାହୁଙ୍କ ନିର୍ଦ୍ଦେଶିତ ନାଟକ ‘ସମୟ କହିବ କିଏ କାହାର’ ମଞ୍ଚସ୍ଥ ହୋଇଥିଲା ।

 

ଅନନ୍ତ ଓଝାଙ୍କ ଦ୍ୱାରା ରଚିତ ଏହି ନାଟକରେ ଧୀରେନ୍‌ ପ୍ରହରାଜ ନାଟ୍ୟରୂପ, ନୃତ୍ୟରେ ରୁବି ହାତୀ, ସଂଗୀତରେ ବିନୟ ଦାସ, ମଞ୍ଚ ସାଜସଜ୍ଜାରେ ତି୍ରଲୋଚନା ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରିବର୍ତ୍ତିତ ସମୟରେ ବାସ୍ତବତାକୁ ଗ୍ରହଣ କରିବା ପ୍ରତ୍ୟେକ ମଣିଷର ଆଭିମୁଖ୍ୟ ହେବା ଜରୁରୀ ବୋଲି ନାଟକର ବାର୍ତ୍ତା ରହିଥିଲା । ମାତ୍ରାଧିକ ଆତ୍ମବିଶ୍ୱାସ ଓ ସନ୍ତାନମାନଙ୍କ ପ୍ରତି ପିତାମାତାଙ୍କ ଅନୁଶାସନରହିତ ଅତ୍ୟଧିକ ସ୍ନେହ ଭବିଷ୍ୟତ ପାଇଁ କ୍ଷତିକାରକ ବୋଲି ନାଟକର ସାରମର୍ମ ଥିବାବେଳେ କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକମାନେ ବିଭୋର ହୋଇଥିଲେ ।

 

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଏବଂ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଯୁଗ୍ମ ସଚିବ ଅତସୀ ଦାସ, ଉପନିର୍ଦ୍ଦେଶକ ସନ୍ତୋଷ ଚାଟାର୍ଜୀ, ଓଡ଼ିଆ ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପରିଷଦର ସଭାପତି ମାଥିଆସ୍‌ ତିର୍କୀ, ସଂପାଦକ ଶ୍ରୀ ମୃତୁ୍ୟଞ୍ଜୟ ଦଳବେହେରା ଉପସ୍ଥିତ ଥିବାବେଳେ ମୃତୁ୍ୟଞ୍ଜୟ ରଥ, ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ ।

Leave A Reply

Your email address will not be published.