Latest Odisha News

BREAKING NEWS

ବାହୁଦା ନଦୀରେ ବୁଡିଗଲେ ୨ ନାବାଳକ ଛାତ୍ର

ଗଞ୍ଜାମ:କେ. ନୂଆଗାଁ ଅନ୍ତର୍ଗତ ନୂଆପଡା ବାହୁଦା ନଦୀ ପୁରୁଣା ବ୍ରିଜ ପାଣିରେ ବୁଡି ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ । ମୃତକ ହେଲେ ବମକେଇର ବିଶ୍ୱାସ ପ୍ରଧାନ ଓ ଚାନ୍ଦପୁରର ଶାଶ୍ୱତ ପାତ୍ର । ସେମାନେ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବାର ସୂଚନା ରହିଛି ।

ସୂଚନାମୁତାବକ, ଉଭୟ ବିଦ୍ୟାଳୟରୁ ଫେରୁଥିଲେ । ବ।ହୁଦା ନଦୀ ପୁରୁଣା ବ୍ରିଜ ନିକଟକୁ ଶୌଚ ହେବାକୁ ଯାଇଥିଲେ।ଶୌଚ ହୋଇ ଗାଧୋଉଥିବା ବେଳେ ବୁଡି ଯାଇଥିଲେ । ସେଠାରେ ଥିବା ଆଉ ତିନିଜଣ ପିଲାମାନେ ପାଟିକରିଥିଲେ । ଫଳରେ ସ୍ଥାନୀୟ ଲୋକମାନେ ନଦୀ ଭିତରେ ପଶି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।

ଖବର ପାଇ ଦମକଳ ବାହିନୀ ଖୋଜା ଖୋଜି କରି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ସେମାନଙ୍କୁ ନୂଆପଡା ମେଡିକାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ଅଧିକ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ୨ ଛାତ୍ରଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.