ଶ୍ରୀନଗର: ଜମ୍ମୁ-କାଶ୍ମୀର ବାରମୁଲାରେ ସେନା-ଆତଙ୍କୀ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ। ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡକଲେ ସୁରକ୍ଷାକର୍ମୀ। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଜବତ ହୋଇଛି। ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ଜୋରଦାର ଚାଲିଛି।
ସୂଚନା ଅନୁସାରେ, ବୁଧବାର ଜମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତୀୟ ସେନା ଅଟକାଇବାରେ ସଫଳ ହୋଇଛି। ପ୍ରାୟ ୨ରୁ ୩ଜଣ ୟୁଆଇ ଆତଙ୍କବାଦୀ ବାରାମୁଲ୍ଲା (ଉତ୍ତର କାଶ୍ମୀରର) ଉରି ନାଲାରେ ସାଧାରଣ ଅଞ୍ଚଳ ସରୋଜଭାନ ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେହି ଅନୁପ୍ରବେଶକାରୀଙ୍କୁ ଭାରତୀୟ ସେନା ଯବାନ ଅଟକାଇଥିଲେ।
ଫଳସ୍ୱରୂପ ସେମାନେ ସେନା ଉପରକୁ ଗୁଳି ଚାଳନା କରିଥିଲେ। ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କୁ ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଭାରତୀୟ ସେନାର ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଅନୁପ୍ରବେଶ କରିବାକୁ ଉଦ୍ୟମ ଚଳାଇଥିବା ଆତଙ୍କବାଦୀଙ୍କୁ ନିପାତ ପାଇଁ ଅପରେସନ୍ ଚାଲିଛି ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
Comments are closed.