ଭୁବନେଶ୍ୱର: ଆହୁରି ମଜଭୁତ ହେବ ଅଗ୍ନିଶମ ବିଭାଗ। କାରଣ ଅଗ୍ନିଶମକୁ ମିଳିବ ଦୁଇଟି ଅତ୍ୟାଧୁନିକ ଏମ୍ସିଭି ବସ୍। ଗୋଟିଏ ଉପକୂଳ ଓ ଅନ୍ୟଟି ପଶ୍ଚିମାଞ୍ଚଳରେ ରହିବ। ରାଜ୍ୟ ସରକାର ଅଗ୍ନିଶମ ବିଭାଗକୁ ଅଧିକରୁ ଅଧିକ ମଜଭୁତ କରିବାକୁ ଲାଗି ପଡ଼ିଛନ୍ତି। ଜରୁରିକାଳୀନ ପ୍ରତିକ୍ରିୟା ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ ସରକାର ଏହି ଦୁଇଟି ସ୍ୱତନ୍ତ୍ର ବସ୍ ତଥା ଅତ୍ୟାଧୁନିକ ଏମ୍ସିଭି ବସ୍ କିଣିଛନ୍ତି।
ଉକ୍ତ ୨ଟି ବସ୍ର ନାଁ ହେଲା ମୋବାଇଲ୍ କମାଣ୍ଡ ଭେଇକିଲ୍ (ଏମ୍ସିଭି)। ଯାହା ବଡ଼ ଧରଣର ଅଗ୍ନିକାଣ୍ଡ, ଟ୍ରେନ୍ ଦୁର୍ଘଟଣା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୋବାଇଲ୍ କମାଣ୍ଡ ସେଣ୍ଟର ଭାବରେ କାର୍ଯ୍ୟ କରିବ। ସେହି ହିସାବରେ ଏହି ଗାଡି ୨ଟିକୁ ଡିଜାଇନ୍ କରାଯାଇଛି।
ରାଜ୍ୟ ଅଗ୍ନିଶମ ଏବଂ ଜରୁରିକାଳୀନ ସେବା ନିର୍ଦ୍ଦେଶାଳୟ ଏହି ୨ଟି ଉନ୍ନତ ଏମ୍ସିଭି ପାଇଛି। ଗୋଟିଏ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏବଂ ଅନ୍ୟଟି ପଶ୍ଚିମାଞ୍ଚଳ ପାଇଁ। ଯାହାକୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ। ଏହି ୟୁନିଟ୍ ଗୁଡ଼ିକ ବିପର୍ଯ୍ୟୟ ସ୍ଥାନରୁ ସିଧାସଳଖ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବାକୁ ସକ୍ଷମ ହେବା ସହ ପୁନଃ-ପ୍ରତିକ୍ରିୟା ଦକ୍ଷତା ବୃଦ୍ଧି କରିବ। ଏଥିରେ ଭିଡିଓ କନଫରେନ୍ସିଂ ସିଷ୍ଟମ, ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ଏବଂ ରିଅଲ୍ ଟାଇମ୍ ଡାଟା ପ୍ରକ୍ରିୟାକରଣ ୟୁନିଟ୍ ସମେତ ଅନେକ ପ୍ରଯୁକ୍ତିବିଦ୍ୟା ରହିଛି।
Comments are closed.