Latest Odisha News

BREAKING NEWS

ଆହୁରି ତାତିବ ଆଭ୍ୟନ୍ତରୀଣ ଓଡ଼ିଶା, ସ୍ୱାଭାବିକଠୁ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତତଲା କଡେଇରେ ସିଝୁଛି ଓଡିଶା । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି  ଅନୁଗୁଳରେ ୪୩.୭ ଡିଗ୍ରୀ ତାପମାତ୍ରା , ବଲାଙ୍ଗୀରରେ ୪୩.୨, ବାରିପଦାରେ ୪୨.୨, ସୁନ୍ଦରଗଡରେ ୪୨ ଡିଗ୍ରୀ ,ବୌଦ୍ଧରେ ୪୨.୦ , ଢେଙ୍କାନାଳରେ ୪୨.୦, ଝାରସୁଗୁଡାରେ ୪୧.୮, ଟିଟିଲାଗଡରେ ୪୧.୭, ସୋନପୁରରେ ୪୧.୦୬,ସମ୍ବଲପୁରରେ ୪୧.୦୩, କେଉଁଝରରେ ୪୧ଡିଗ୍ରୀ ଓ ଭବାନିପାଟଣାରେ ୪୧ ଡିଗ୍ରୀ ସେଲସିୟସ୍ ରହିଛି ।

ଆଉ ୪ ଦିନ ଯାଏ ତାତି ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି ।ସ୍ୱଭାବିକ ତାପମାତ୍ରା ଠାରୁ ଆଉ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ବଲାଙ୍ଗୀର ,ଟିଟିଲାଗଡ, ସୋନପୁର ,ବୌଦ୍ଧ, ଭବାନିପାଟଣା, ଅନୁଗୁଳ , ଝାରସୁଗୁଡା ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ୨୫ ତାରିଖ ବେଳକୁ ତାପମାତ୍ରା ଆହୁରୀ ବୃଦ୍ଧି ହେବାର ସମ୍ଭାବନା ରହିଛି ।

Comments are closed.