Latest Odisha News

BREAKING NEWS

ଆମେରିକାର ଟେକ୍ସାସ୍ ୱାଲମାର୍ଟରେ ଗୁଳିକାଣ୍ଡ, ୨୦ରୁ ଅଧିକ ନିହତ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍ ଅନ୍ତର୍ଗତ ଏଲ୍ ପାସୋସ୍ଥିତ ୱାଲମାର୍ଟରେ ଜଣେ ୨୧ ବର୍ଷୀୟ ଆତତାୟୀର ଗୁଳି ମାଡରେ ପ୍ରାୟ ୨୦ ଜଣ ବ୍ୟକ୍ତି ନିହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ୩ଜଣ ସଦିଗ୍ଧ ବ୍ୟକ୍ତିଙ୍କୁ ଧରିଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହି ଘଟଣା ଟେକ୍ସାସ୍ ଇତିହାସରେ ଭୟାବହ ଦିନମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଟେକ୍ସାସ୍ ଗଭର୍ଣ୍ଣର ଗ୍ରେଗ୍ ଏବୋଟ୍ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପରବର୍ତ୍ତୀ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ର୍ରମ୍ପ୍ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।

Leave A Reply

Your email address will not be published.