Latest Odisha News

BREAKING NEWS

ନରହନ୍ତା ସାଜିଲା ନବବଧୂ: ବିବାହର ୨ୟ ସପ୍ତାହରେ ପ୍ରେମିକ ସହ ମିଶି ନେଲା ସ୍ବାମୀ ଜୀବନ

ଲକ୍ଷ୍ନୌ: ବଢିଚାଲିଛି ବିବାହିତ ମହିଳାଙ୍କ ବର୍ବରତା । ପ୍ରେମିକଙ୍କ ସାଙ୍ଗରେ ମିଶି ନେଉଛନ୍ତି ସ୍ବାମୀଙ୍କ ଜୀବନ । ଉତ୍ତରପ୍ରଦେଶ ମିରଟ ପରେ ଏବେ ମୈନପୁରୀରେ ଘଟିଛି ଆଉ ଏକ ଛାତି ଦୋହଲାଇ ଦେଲା ଭଳି ଘଟଣା । ମିଟରେ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ମିଶି ସ୍ବାମୀଙ୍କୁ ବିଭତ୍ସ ହତ୍ୟାର ଚିତାକର୍ଷକ ବିବରଣୀ ଏବେ ପୂରା ଦେଶକୁକୁ ଚକିତ କରିଚାଲିଥିବା ବେଳେ, ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାରୁ ଆଉ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଆଉ ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହିତ ଷଡ଼ଯନ୍ତ୍ର କରି ତାଙ୍କ ସ୍ୱାମୀଙ୍କୁ ବିବାହର ମାତ୍ର ଦୁଇ ସପ୍ତାହରେ ମାରିଦେଇଛନ୍ତି । ହତ୍ୟା କରିବା ପାଇଁ ଜଣେ ଠିକା ହତ୍ୟାକାରୀଙ୍କୁ ନିଯୁକ୍ତି ଦେଇଥିଲେ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ।

ତେବେ ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ଚାରି ବର୍ଷ ଧରି ନିଜ ଗାଁର ଅନୁରାଗ ଯାଦବଙ୍କ ସହିତ ସମ୍ପର୍କରେ ଥିଲେ ଅଭିଯୁକ୍ତ ସ୍ତ୍ରୀ ପ୍ରଗତି ଯାଦବ । ହେଲେ ପରିବାର ଲୋକଙ୍କ ଚାପରେ ଆସି, ଗତ ମାର୍ଚ୍ଚ ୫, ୨୦୨୫ ରେ ୨୨ ବର୍ଷୀୟ ଦିଲ୍ଲୀପ ଯାଦବଙ୍କୁ ବିବାହ କରିବାକୁ ବାଧ୍ୟ ହୋଇଥିଲେ । ହେଲେ ବିବାହରେ ଅସନ୍ତୁଷ୍ଟ ରହିଥିଲେ ପ୍ରଗତି । ତେଣୁ ବିବାହ ଦିନଠୁ ହିଁ ମୌକା ଖୋଜୁଥିଲେ, କିପରି ଦିଲ୍ଲୀପଙ୍କୁ ତାଙ୍କ ରାସ୍ତାରୁ ହଟାଇ ନିଜ ପ୍ରେମିକ ସହ ଜୀବନ ବିତାଇବେ । ଏଥିପାଇଁ ପ୍ରେମିକଙ୍କ ସହିତ ମିଶି ଦିଲ୍ଲୀପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ । ଆଉ ପ୍ରେମିକଙ୍କୁ କହିଥିଲେ, ଦିଲ୍ଲୀପ ଧନୀ, ତେଣୁ ଥତାଙ୍କ ମୃତ୍ୟୁ ପରେ, ସେମାନେ ଏକାଠି ଏକ ସମୃଦ୍ଧ ଜୀବନ ବିତାଇପାରିବେ । ଯାହା ପରେ ଆରମ୍ଭ ହୋଇଥିଲା ଯୋଜନା । ପ୍ରଗତି ହତ୍ୟା ବ୍ୟବସ୍ଥା କରିବା ପାଇଁ ଅନୁରାଗଙ୍କୁ ୧ ଲକ୍ଷ ଟଙ୍କା ଦେଇଥିବା ବେଳେ ଅନୁରାଗ ହତ୍ୟା କରିବା ପାଇଁ ରାମଜୀ ନାଗର ନାମକ ଜଣେ ଠିକା ହତ୍ୟାକାରୀଙ୍କୁ ୨ ଲକ୍ଷ ଟଙ୍କା ସୁପାରୀ କିଲିଂ ପାଇଁ ଦେଇଥିଲେ ।

ଗତ ମାର୍ଚ୍ଚ ୧୯ ତାରିଖରେ, ଯେତେବେଳେ ଦିଲ୍ଲୀପ କୌଣସି କାମରେ ଯାଇ କନୌଜ ଜିଲ୍ଲାରୁ ଫେରୁଥିଲେ, ସେତେବେଳେ ଦୁଇଜଣ ବ୍ୟକ୍ତି ମୋଟରସାଇକେଲ ଆସି ଦିଲ୍ଲୀପଙ୍କୁ ସାହାର୍ଯ୍ୟ ମାଗି, ତାଙ୍କୁ ବାଟବଣା କରି ଅନ୍ୟତ୍ର ନେଇଯାଇଥିଲେ । ଆଉ ସେଠି ତାଙ୍କୁ ଗୁଳି କରି ଅତି ନିର୍ମମ ଭାବରେ ହତ୍ୟା କରି, ଏକ ଗହମ ବିଲରେ ଫୋପାଡି ଦେଇଥିଲେ । ପରେ ସେଠିକା ସ୍ଥାନୀୟ ଲୋକେ ଦିଲ୍ଲୀପଙ୍କୁ ଗୁରୁତର ଅବସ୍ଥାରେ ଦେଖି, ପୋଲିସଙ୍କୁ ଖବର ଦେଇଥିଲେ । ଦିଲ୍ଲୀପଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ, ୩ ଦିନର ସଂଘର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଅଭିଯୁକ୍ତ ପ୍ରଗତିଙ୍କ ଏହି ସବୁ କାଣ୍ଡ ସିସିଟିଭି ଯାଞ୍ଚ କରିବା ପରେ ଧରାପଡିଥିଲା । ପୋଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ସୁପର କିଲର ରାମଜି ଲବଂ ପ୍ରେମିକ ଅନୁରାଗକୁ ଧରିବାରେ ସଫଳ ହୋଇଥିଲା । ପରେ ପଚରାଉଚରା ସମୟରେ, ଉଭୟ ବ୍ୟକ୍ତି ଅପରାଧରେ ସେମାନଙ୍କର ଭୂମିକା ସ୍ୱୀକାର କରିଥିଲେ । ଏଥିସହିତ ଏହି ପୂରା ଷଡଯନ୍ତ୍ରର ମାଷ୍ଟମାଇଣ୍ଡ ପ୍ରଗତି ବୋଲି ପ୍ରକାଶ କରିଥିଲେ । ପରେ, ପ୍ରଗତିଙ୍କୁ ମଧ୍ୟ ହେପାଜତକୁ ନିଆଯାଇଥିଲା । ଏଥିସହିତ ସମସ୍ତ ତିନି ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଜେଲ ପଠାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ୍ ଅଧିକାରୀ ।

Leave A Reply

Your email address will not be published.