କେନ୍ଦୁଝର: ଚମ୍ପୁଆରେ ଘଟିଯାଇଛି ଅଘଟଣ । ଅକାଳରେ ଚାଲିଯାଇଛି ଜଣେ ଦୁଇବର୍ଷୀୟ ଶିଶୁପୁତ୍ରର ଜୀବନ । ଏହି ଖବର ସ୍ଥାନୀୟ ଅଂଚଳରେ ଖେଳାଛେଦଇଛି ଶୋକର ଛାୟା ।
ମିଳିଥିବା ରିପୋର୍ଟ ଅନୁଯାୟୀ ଚମ୍ପୁଆ ଜାମୁଦଲକ ଗାଁରେ ଜଣେ ଦୁଇବର୍ଷୀୟ ଶିଶୁ ନିଜ ଘର ପାଖରେ ଖେଳୁଥିଲା । ହେଲେ ପାଖରେ ଥିବା ପାଣିଚୁଆ ପ୍ରତି ଶିଶୁଟି କେମିତି ବା ସତର୍କତା ଅବଲମ୍ବନ କରିଥାନ୍ତା ? ଖେଳୁଖେଳୁ ଶିଶୁଟି ପାଣିଚୁଆରେ ପଡିଯିବା ଫଳରେ ତାର ମୃତ୍ୟୁ ହୋଇଥିଲା ।
ମୃତ ଶିଶୁପୁତ୍ରର ମାଆ ସୀତାରା ପରବିନ୍ ଜଣେ ପକ୍ଷାଘାତ ରୋଗୀ । ଚୁଆରେ ଖସିପଡିବା ପରେ ଶିଶୁଟିକୁ ଚମ୍ପୁଆ ମେଡିକାଲକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି ।
Comments are closed.