Latest Odisha News

BREAKING NEWS

କେମିକାଲ ମିଶା ରଙ୍ଗ ଖେଳି ୨୦ ଯୁବକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗିର: ହୋଲିରେ ଅଘଟଣ। ହୋଲି ଖେଳି ୨୦ ଜଣ ଯୁବକ ଅସୁସ୍ଥ। ହୋଲିରେ କିଛି ରସାୟନିକ ପଦାର୍ଥ ମିଶା ଯିବା କାରଣରୁ ଏପରି ଅଘଟଣ ଘଚିଛି। କେମିକାଲ ମିଶା ରଙ୍ଗ ଖେଳି ୨୦ ଯୁବକ ହସ୍ପିଟାଲରେ ଭର୍ତ୍ତି। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ।

ସୂଚନା ଅନୁସାରେ ଅଶୋକନଗର ଓ ଆନନ୍ଦ ନଗରରର ୨୦ ଜଣ ଯୁବକ ହୋଲି ଦିନ କେମିକାଲ ମିଶା ରଙ୍ଗ ଖେଳିଥିଲେ। ଗତକାଲି ସନ୍ଧ୍ୟାରେ ସେମାନଙ୍କ ଶରୀରରେ ଫୋଟକା ପରି ଫଳିଯାଇଥିଲା। ଏହାସହ ସେମାନେ ଗୁରୁତର ହୋଇପଡ଼ିଥିଲେ। ଫଳରେ ପରିବାର ଲୋକେ ସେମାନଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି।

ମଙ୍ଗଳବାର ରାତିରେ ସମସ୍ତ ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ କାଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଖରାପ ଥିବାରୁ ସେମାନଙ୍କୁ ବଲାଙ୍ଗିରର ଭୀମ ଭୋଇ ମେଡିକାଲ କଲେଜକୁ ପଠାଯାଇଥିଲା।
ତେବେ ଏପର୍ଯ୍ୟନ୍ତ ଏହି ଘଟଣା ସଂପର୍କରେ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ। ଏହି ଅଞ୍ଚଳରେ ହୋଲି ଉତ୍ସବରେ ଯେଉଁମାନେ ବିପଜ୍ଜନକ ରାସାୟନିକ ରଙ୍ଗ ପ୍ରୟୋଗ କରିଥିଲେ ସେମାନଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଲୋକେ ଏହି ଘଟଣାର ଅନୁସନ୍ଧାନ କରିବାକୁ ଦାବି କରୁଛନ୍ତି।

Leave A Reply

Your email address will not be published.