Latest Odisha News

BREAKING NEWS

ହନିମୁନରେ ପତ୍ନୀଙ୍କୁ ‘ସେକେଣ୍ଡ ହ୍ୟାଣ୍ଡ’ କହିବା ପଡିଲା ମହଙ୍ଗା, ୩ କୋଟିର ତଣ୍ଡ ଗଣିବେ ସ୍ଵାମୀ

ମୁମ୍ବାଇ: ହନିମୁନରେ ପତ୍ନୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବା ସ୍ଵାମୀକୁ ପଡିଲା ଭାରୀ । ଗଣିବେ ୩ କୋଟିର ତଣ୍ଡ । ବମ୍ବେ ହାଇକୋର୍ଟ ଗତକାଲି ଏକ ଘରୋଇ ହିଂସା ମାମଲାରେ ସ୍ତ୍ରୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବାକୁ ନେଇ ତଳ କୋର୍ଟରେ ହୋଇଥିବା ଶୁଣାଣିକୁ ସମର୍ଥନ କରି ସ୍ଵାମୀକୁ ୩କୋଟି ଟଙ୍କା କ୍ଷତିପୁରଣ ଦେବାକୁ କହିଛନ୍ତି ।

ରିପୋର୍ଟ ଅନୁସାରେ, ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ଉଭୟ ଶିକ୍ଷିତ । ଏହିପରି ପାରିବାରିକ ହିଂସା ବା ସ୍ତ୍ରୀକୁ ସେକେଣ୍ଡ ହ୍ୟାଣ୍ଡ ୱାଇଫ କହିବା ଉକ୍ତ ମହିଳାଙ୍କ ଆତ୍ମ ସମ୍ମାନକୁ ପ୍ରଭାବିତ କରିଥାଏ । ତଳ ଅଦାଲତ ଏହି ମାମଲାର ସଠିକ୍ ନିଷ୍ପତ୍ତି ନେଇଛନ୍ତି । ଏହି ରାୟରେ ଆମେ କୌଣସି ତୃଟି ରହିଥିବା ଭାବୁନାହୁଁ । ୧୯୯୪ ରୁ ୨୦୧୭ ପର୍ଯ୍ୟନ୍ତ ଘରୋଇ ହିଂସା ଜାରି ରହିଥିଲା । ଏଭଳି ପରିସ୍ଥିତିରେ ନିମ୍ନ ଅଦାଲତର ନିଷ୍ପତ୍ତିରେ କିଛି ଭୁଲ୍ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ଉଭୟଙ୍କ ଛାଡପତ୍ରକୁ ମଞ୍ଜୁରି ଦିଆଯାଇଥିବା ବେଳେ ୩କୋଟିର କ୍ଷତିପୁରଣ ସ୍ତ୍ରୀଙ୍କୁ ଦେବାକୁ ସ୍ଵାମୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଉଭୟ ସ୍ୱାମୀ-ସ୍ତ୍ରୀ ଆମେରିକାର ନାଗରିକ ଅଟନ୍ତି । ସେମାନେ ୧୯୯୪ରେ ମୁମ୍ବାଇରେ ବିବାହ କରିଥିଲେ । ୨୦୦୫ ମସିହାରୁ ସେ ମୁମ୍ବାଇରେ ରହୁଥିଲେ । ୨୦୧୪ ମସିହାରେ ସ୍ୱାମୀ ସ୍ତ୍ରୀଙ୍କୁ ଛାଡି ଏକା ଆମେରିକା ପଳାଇ ଯାଇଥିଲେ । ୨୦୧୭ ମସିହାରେ ସେ ଛାଡପତ୍ର ପାଇଁ ଏକ ମାମଲା ଦାୟର କରିଥିଲେ । କିନ୍ତୁ ୨୦୧୮ରେ ଆମେରିକାର ଏକ କୋର୍ଟ ସେମାନଙ୍କ ଛାଡପତ୍ରକୁ ମଞ୍ଜୁରି ଦେଇଥିଲେ । ଏହା ପରେ ତାଙ୍କ ପତ୍ନୀ ଘରୋଇ ହିଂସା ଅଧିନିୟମ ଅନୁଯାୟୀ ମୁମ୍ବାଇ ମାଜିଷ୍ଟ୍ରେଟ କୋର୍ଟରେ ଆବେଦନ କରିଥିଲେ । ତେବେ ଏହି ବିବାହ ପତ୍ନୀଙ୍କ ପାଇଁ ଥିଲା ଦ୍ଵିତୀୟ ବିବାହ ।

ପତ୍ନୀ ଅଭିଯୋଗ କରିଛନ୍ତି ଯେ, ସେ ଯେତେବେଳେ ହନିମୁନରେ ଯାଇଥିଲେ ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହା ସହିତ ଅନେକ ଅପଶବ୍ଦ ମଧ୍ୟ କହିଥିଲେ । ମହିଳା ଜଣକ ଦ୍ୱିତୀୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବାରୁ ସ୍ୱାମୀ ତାଙ୍କୁ ‘ସେକେଣ୍ତ ହ୍ୟାଣ୍ତ’ ବୋଲି କହିଥିଲେ । ଏହା ବ୍ୟତୀତ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କ ଚରିତ୍ରକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ମହିଳା ଜଣକ ଅନୈତିକ ସମ୍ପର୍କ ଥିବା ସ୍ୱୀକାର ନକରିବା ପର୍ଯ୍ୟନ୍ତ ସ୍ୱାମୀ ତାଙ୍କୁ ରାତିରେ ଶୋଇବାକୁ ଦେଇ ନ ଥିଲେ ବୋଲି ଅଭିଯୋଗ କରିଥିଲେ ।

ଆହୁରି ଅଭିଯୋଗ କରିଥିଲେ ଯେ, ୨୦୦୮ରେ ତାଙ୍କ ସ୍ୱାମୀ ତାଙ୍କୁ ତକିଆରେ ଶ୍ୱାସରୁଦ୍ଧ କରି ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ । ତେଣୁ ସେ ତାଙ୍କୁ ଛାଡି ବାପ ଘରକୁ ପଳାଇଥିଲେ । ପରେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି । ଆମେରିକା ଏବଂ ଭାରତରେ ଥିବା ବେଳେ ଲଗାତର ଭାବେ ଏସବୁ ନିର୍ଯ୍ୟାତନା ଜାରି ରହିଥିଲା । ଅଭିଯୋଗ ପରେ ଏନେଇ ନିମ୍ନ ଅଦାଲତ ପତ୍ନୀଙ୍କ ସପକ୍ଷରେ ରାୟ ଦେଇଥିଲେ ।

Leave A Reply

Your email address will not be published.