Latest Odisha News

BREAKING NEWS

ଜେଏସପିଏଲକୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡ – ୨୦୨୦

ଭୁବନେଶ୍ୱର: ବ୍ରାଣ୍ଡ ଇଣ୍ଡିଆ ପକ୍ଷରୁ ଅନଲାଇନରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡସ ୨୦୨୦ ରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ମୋଷ୍ଟ ଇନୋଭେଟିଭ୍ ପ୍ରୋଜେକ୍ଟ ଅଫ୍ ଦି ଇୟର ପୁରସ୍କାର ଜିତିଛି । ଜେଏସପିଏଲ ଏହାର ପ୍ରୋଜେକ୍ଟ ପାଇଁ ‘ଆଶା- ଦ ହୋପ’ ପାଇଁ ଏହି ପୁରସ୍କାର ପାଇଛି | ଜେଏସପିଏଲ୍ ପ୍ରେସିଡେଣ୍ଟ ତଥା ଗ୍ରୁପ୍ ହେଡ୍ (ସିଏସ୍ଆର୍, ଶିକ୍ଷା ଏବଂ ନିରନ୍ତରତା) ପ୍ରଶାନ୍ତ କୁମାର ହୋତା ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶଲୁ ଜିନ୍ଦଲ ଜେଏସପିଏଲର ସିଏସଆର ଟିମକୁ ଅଭିନନ୍ଦନ ଜଣାଇବା ସହିତ କହିଛନ୍ତି ଯେ, “ଭିନ୍ନକ୍ଷମମାନଙ୍କୁ ସଶକ୍ତିକରଣ କରିବା ପାଇଁ ‘ଆଶା- ଦ ହୋପ’ ଏକ ଅନନ୍ୟ ପ୍ରଚେଷ୍ଠା। ବିଭିନ୍ନ ଥେରାପି  ତଥା ପୁନଥଇଥାନ ସେବା ଯୋଗାଇ  ଛତିଶଗଡ, ଓଡିଶା ଏବଂ ଝାଡଖଣ୍ଡରେ ଥିବା ଆଶା- ଦ ହୋପ କେନ୍ଦ୍ରଗୁଡିକ ସଫଳତାର ସହ ୪୯୦୦ରୁ ଅଧିକ ଭିନ୍ନକ୍ଷମ ପିଲାମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାରେ ସାହାଯ୍ୟ କରୁଛି ।”

ଆଶା- ଦ ହୋପ କେନ୍ଦ୍ରଗୁଡିକ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଭିନ୍ନକ୍ଷମ ପିଲାମାନଙ୍କର ପୁନଥଇଥାନ ଏବଂ ସଶକ୍ତିକରଣ ପାଇଁ ଫିଜିଓଥେରାପି, ଅକୁପେସନାଲ ଥେରାପି, ସେନ୍ସୋରୀ ଇଣ୍ଟିଗ୍ରେସନ୍ ଥେରାପି, ସ୍ପିଚ ଥେରାପି, ଅଡିଓମେଟ୍ରି ଆଦି ବିଭିନ୍ନ ସେବା ପ୍ରଦାନ କରିଥାଏ | ଏହା ସହିତ ଭିନ୍ନକ୍ଷମ ଶିଶୁ ଓ ବ୍ୟକ୍ତିମାନଙ୍କ ନିମନ୍ତେ କୃତ୍ରିମ ଅଙ୍ଗ, ସହାୟକ ଏବଂ ଆଡାପ୍ଟିଭ୍ ଡିଭାଇସ୍ ଓ ମୋବିଲିଟି ଡିଭାଇସ୍ ଯୋଗାଇବାରେ ଏହି କେନ୍ଦ୍ରଗୁଡିକ ମଧ୍ୟ ସହାୟତା କରିଥାଏ |  କୋଭିଡ – ୧୯ ପାଇଁ ଦେଶବ୍ୟାପୀ ଲକଡାଉନ ସମୟରେ ମଧ୍ୟ ଆଶା- ଦ ହୋପ କେନ୍ଦ୍ରଗୁଡିକ ଅନଲାଇନ ମାଧ୍ୟମରେ ତାର ସେବା ଅବ୍ୟାହତ ରଖିଥିଲା ।

Leave A Reply

Your email address will not be published.