ନୂଆଦିଲ୍ଲୀ: ଲଣ୍ଡନର ପେଟ୍ରୋଲିଆ ଡାକ୍ତରଖାନାକୁ ଏକ ୨୦ ମାସର ଶିଶୁକୁ ଗୁରୁତର ଅବସ୍ଥାରେ ଅଣା ଯାଇଥିଲା । ତା ଦେହରେ ଜୀବନ ନ ଥିଲା କହିଲେ ଭୁଲ ହେବନି । ଭଗବାନଙ୍କ ବ୍ୟତୀତ ସମସ୍ତ ପରୀକ୍ଷଣରେ ସେ ଥିଲା ମୃତ । ତେବେ ଚିକିତ୍ସା କରୁଥିବା ଡାକ୍ତର ଓ ସହଯୋଗୀମାନେ ଶେଷ ଉଦ୍ୟମ କରିଥିଲେ । ୩ ଘଂଟା ଧରି ସେମାନେ ଶିଶୁକୁ ସିପିଆର ଦେଇ ଚାଲିଥିଲେ । ମୃତ ଶିଶୁ କଣ ଜୀବିତ ହେବ ? ତଥାପି ଡାକ୍ତରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ହଠାତ ଶିଶୁ ଦେହରେ ଜୀବନର ଆଭାସ ଦେଖିବାକୁ ମିିଳିଲା । ୩ ଘଂଟାର ଅକ୍ଳାନ୍ତ ପରିଶ୍ରମ ଶିଶୁଟିକୁ ବଂଚାଇ ଦେଇଥିଲା । ଯିଏ ବି ଶୁଣିଲା ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଏହା ଚମତ୍କାର ନୁହେଁ ତ ଆଉ କଣ ? ସମସ୍ତ ପରୀକ୍ଷଣ ପରେ ଡାକ୍ତର ଶିଶୁକୁ ଜୀବିତ ଏବଂ ସୁସ୍ଥ ବୋଲି ଘୋଷଣା କରିଥିଲେ ।
ୱେଲନ ସାଉଣ୍ଡର୍ସ ନାମକ ଏହି ଶିଶୁ ଖେଳୁଥିବା ଅବସ୍ଥାରେ ସୁଇମିଂ ପୁଲ ମଧ୍ୟକୁ ଖସି ପଡିଥିଲା । ୫ ମିନିଟ ପରେ ତାକୁ ଉଦ୍ଧାର କରାଯାଇଥିଲା । ସେତେବେଳକୁ ତାର ଶରୀର ଥଣ୍ଡା ପଡିବା ସହ କୌଣସି ଅଙ୍ଗ କାର୍ଯ୍ୟ କରୁ ନ ଥିଲା । ଶେଷ ଆଶା ଓ ମନ ବୁଝିବା ପାଇଁ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେଇ ଆସିଥିଲେ । ଆଉ ଯାହା କିଛି ବି ଘଟିଲା.. ତାହା ସମସ୍ତଙ୍କୁ ବେଶ ଆନନ୍ଦିତ କରିଥିଲା । ସେମାନେ ଯାହା କଲେ ତାହା ମୁଁ ଭୁଲି ପାରିବି ନାହିଁ ବୋଲି ୱେଲନଙ୍କ ମାଆ ଗିଲିଆନ ବର୍ଣ୍ଣେଟ କହିଛନ୍ତି ।
Comments are closed.