ବ୍ରହ୍ମପୁର: ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଗୁରବାର ଦିନରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଦେଖିବାକୁ ମିଳିଛି। ପାଗର ଅନୁକୂଳ ଅବସ୍ଥା ଯୋଗୁଁ ଏବଂ ଦକ୍ଷିଣା ପବନ ବୋହିବା ଫଳରେ ବର୍ତମାନ ଏହି ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି। ପୂର୍ବରୁ ରାତିରେ ଅଣ୍ଡାଦାନ ହେଉଥିଲା। କିନ୍ତୁ ଚଳିତ ବର୍ଷ ଦିନ ସମୟରେ ଅଣ୍ଡାଦାନ ବିରଳ ଘଟଣା ବୋଲି କୁହାଯାଉଛି।
ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୂଆଁ ପୋଡ଼ମପେଟା ଗ୍ରାମ ଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡେଲ କଇଁଛମାନେ ଉପରକୁ ଉଠିଆସି ଗଣଅଣ୍ଡା ଦାନ କରୁଥିବା ଦେଖିବାକୁ ମିଳିଛି। ଫଳରେ ଏହାକୁ ନେଇ ବନ ବିଭାଗ, ପର୍ଯ୍ୟଟକ, ପରିବେଶବିତ୍ ମହଲରେ ଆନନ୍ଦର ଲହରି ଖେଳିଯାଇଛି। କିଭଳି ଭାବେ ସୁରକ୍ଷିତ ଗଣ ଅଣ୍ଡାଦାନ ହୋଇପାରିବ, ସେନେଇ ବନ ବିଭାଗ ପକ୍ଷରୁ ପୂର୍ବରୁ ପ୍ଲାଷ୍ଟିକ ବାଡ଼ ଦିଆଯାଇଛି। ଫଳରେ ବନ୍ୟଜନ୍ତୁ ଦାଉରୁ ଅଣ୍ଡା ସୁରକ୍ଷାପାଇଁ ୫୦ଟି ସେଗ୍ମେଣ୍ଟରେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ମଧ୍ୟ ମୁତୟନ କରାଯାଇଛି। ଏହି ଋଷିକୁଲ୍ୟା ମୁହାଣ ବେଳାଭୂମିରେ ୨୦୨୨ ମସିହାରେ ରେକର୍ଡ ସଂଖ୍ୟକ ୫ଲକ୍ଷ ୫୦ ହଜାରରୁ ଅଧିକ ଅଲିଭ ରିଡଲେଙ୍କ ଗଣଅଣ୍ଡା ଦାନ ହୋଇଥିଲା। ଚଳିତ ବର୍ଷ ମଧ୍ୟ୍ୟ ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି। ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ରହିଛି। ବେଳାଭୂମିର ବାଲୁକା ଶଯ୍ୟା ମଧ୍ୟରେ ସାମୁଦ୍ରିକ କଇଁଛମାନେ ଗର୍ତ୍ତ କରିଛନ୍ତି। ପ୍ରତ୍ୟେକ କଇଁଛ ପ୍ରାୟ ୧୨୦ରୁ ଅଧିକ ଅଣ୍ଡାଦେବା ପରେ ବାଲିରେ ପୋତି ଦେଇଛନ୍ତି। ପୁଣି ସମୁଦ୍ର ମଧ୍ୟକୁ ଫେରିଯାଇଥାନ୍ତି। ଗୁରୁବାର ସକାଳେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ କୁମାର ନାୟକ ଅଣ୍ଡାଦାନ ସ୍ଥଳ ପରିଦର୍ଶନ କରିଥିଲେ। ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବନ ବିଭାଗ କର୍ମଚାରୀମାନେ ସାମୁଦ୍ରିକ କଇଁଚ ସୁରକ୍ଷିତ ଗଣ ଅଣ୍ଡାଦାନ ଉପରେ ଦୃଷ୍ଟି ରଖିଛନ୍ତି।
BREAKING NEWS
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!
- Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…
- Minister warns Andhra: କୋଟିଆକୁ ନେଇ ମନ୍ତ୍ରୀଙ୍କ କଡା ଚେତାବନୀ, କହିଲେ, ‘ଏବେ ମାଆ ଅଛି, ମାଉସୀ ଦରକାର ନାହିଁ…’
- Kolkata Stampede: ମା’ଙ୍କୁ ଦର୍ଶନ କରିବାକୁ ଯାଇଥିଲେ, ସବୁଦିନ ପାଇଁ ମାଆ ଛେଉଣ୍ଡ ହୋଇଗଲେ! କୋଲକାତା ଦଳାଚକଟାର ଛାତିଥରା କାହାଣୀ…
- ୬୫.୯୧ ଲକ୍ଷ ସରକାରୀ ପାଣ୍ଠି ଆତ୍ମସାତ୍; ବରିଷ୍ଠ କିରାଣିଙ୍କ ସହ ୩ ଗିରଫ
- ରାଜ୍ୟର ୭ ଜିଲ୍ଲାରେ ଝଡବର୍ଷା ସମ୍ଭାବନା…
- MKCGରେ ଦୀର୍ଘ ୭ ଦିନ ପରେ ଆଖି ବୁଜିଲେ ଯୋଡ଼ା ମୁଣ୍ଡ ଶିଶୁ…

Comments are closed.