Latest Odisha News

BREAKING NEWS

ଓଭୋର ଲୋଡ୍ ଯୋଗୁଁ ଓଲଟିଲା ବସ୍: ୨୦ ଗୁରୁତର

ସୋର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀଭରା ବସ୍ । ଫଳରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମେଡିକାଲରେ ଭତ୍ତି କରାଯାଇଥିବା ବେଳେ ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ‘ଜୟ ରଘୁନାଥ’ ନାମକ ଏକ ଘରୋଇ ବସ୍ ଯାତ୍ରୀଙ୍କୁ ଓଭର ଲୋଡିଂ କରି ଉଦଳାରୁ ଭଦ୍ରକ ଅଭିମୁଖେ ଯାଉଥିଲା । ହେଲେ ଗାଡିଟି ରାଣୀତାଲ ଗେଟ୍ ନିକଟ ଦେଇ ଯାଉଥିବା ବେଳେ ଏକ ବାଇକ ଚାଳକ ଆଗରୁ ଦ୍ରୁତ ଗତିରେ ଆସିବାରୁ, ଭାରସାମ୍ୟ ହରାଇ ବସଟି ବିଲ ଭିତରକୁ ଓଲଟି ପଡିଥିଲା । ଫଳରେ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଣୀତାଲ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି  । ଗୁରୁତର ଆହତଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Comments are closed.