Latest Odisha News

ନୂଆପଡା: ଗାଁରେ ପଶିଲେ ହାତୀପଲ, ଅଘଟଣ ଆଶଙ୍କାରେ ବିଦ୍ୟୁତ କାଟ୍

ନୂଆପଡା : ନୂଆପଡା ଜିଲ୍ଲା କୋମଣା ତହସିଲ ଅନ୍ତର୍ଗତ ପାଣ୍ଡରବନ ଗ୍ରାମ ମଧ୍ୟକୁ ମଙ୍ଗଳବାର ଦିନ କିଛି ହାତୀପଲ ପ୍ରବେଶ କରିଛନ୍ତି । ଫଳରେ ଗ୍ରାମାଞ୍ଚଳରେ ବିଦ୍ୟୁତ୍ କାଟ୍ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ହାତୀପଲ ଗ୍ରାମ ମଧ୍ୟକୁ ପ୍ରବେଶ କରିବା ପରେ ସେମାନଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ କରି ଦିଆଯାଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ପଣ୍ଡରବନ ଗ୍ରାମରେ ପାଖାପାଖି ୨୮ଟି ହାତୀକୁ ଠାବ କରାଯାଇଥିଲା । ପରବର୍ତ୍ତୀ ସମୟରେ କୌଣସି ପ୍ରକାର ଅଘଟଣକୁ ଏଡାଇବାକୁ ଯାଇ ବିଦ୍ୟୁତ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରିଛି ।

ଆହୁରି ମଧ୍ୟ ଏହି ହାତୀପଲ ଜନବସତି ଛାଡିବା ପରେ ଯାଇ ସମ୍ପୃକ୍ତ ଅଞ୍ଚଳରେ ପୁନଶ୍ଚ ବିଦ୍ୟୁତ୍ ସରବରାହ କରାଯିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.