Latest Odisha News

BREAKING NEWS

ଯୁଦ୍ଧର ୨୦ ବର୍ଷ ପରେ ନୂଆ ଆରମ୍ଭକୁ ଅପେକ୍ଷା କରିଛି କାର୍ଗିଲ୍

କାର୍ଗିଲ: ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା କାର୍ଗିଲ୍ ଯୁଦ୍ଧକୁ ୨୦ ବର୍ଷରୁ ଅଧିକ ସମୟ ବିତିଗଲାଣି । ୨୦ ବର୍ଷ ମଧ୍ୟରେ ବଦଳିଛି କାର୍ଗିଲର ଚିତ୍ର । ନୂଆ କରି ହୋଇଥିବା ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଅଂଶ ହେଉଛି କାର୍ଗିଲ୍ । ବିବାଦ, ଲ୍ୟାଣ୍ଡମାଇନ୍ ଭୟକୁ ପଛରେ ପକାଇ ପର୍ଯ୍ୟଟକଙ୍କୁ ଟାଣିବାକୁ ପ୍ରୟାସ କରୁଛି କାର୍ଗିଲ୍ ।

ଜାନୁଆରୀରେ ଶୀତୁଆ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ କାର୍ଗିଲର ରାସ୍ତାରେ କେବଳ ବୁଲା କୁକୁର ଦେଖାଯାଆନ୍ତି । ବରଫରେ ସ୍କେଟିଂର ଉଜ୍ଜ୍ୱଳତା କମିନଥିବା ବେଳେ ଘରକୁ ଉଷ୍ମ ରଖିବାକୁ ଏବେ ବି ବୟସ୍କଙ୍କ ଠାରୁ ପିଲା ସମସ୍ତେ କାମ କରୁଛନ୍ତି । ଏଇ କାର୍ଗିଲରେ ହିଁ ଅଭ୍ୟାସ କରେ ଭାରତୀୟ ବରଫ ହକି ଦଳ ।

କାର୍ଗିଲରେ ଭାରତ-ପାକିସ୍ତାନ ଯୁଦ୍ଧର ୨୦ ବର୍ଷ ପରେ ବହୁତ କିଛି ପରିବର୍ତ୍ତନ ଘଟିଛି । କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଏକ ସହର କାର୍ଗିଲ୍ । ତେବେ, ଏତେ ଦିନ ଯାଏ କାର୍ଗିଲକୁ କାହିଁକି ଅଣଦେଖା କରାଯାଉଥିଲା । ୧୯୯୯ ମସିହା ମେ ଓ ଜୁଲାଇ ମାସରେ ପାକିସ୍ତାନୀ ସେନା ଏଲଓସିରେ ଅନୁପ୍ରବେଶ କରି ଭାରତୀୟ ସୀମାକୁ ପ୍ରବେଶ କରିଥିଲା । ପ୍ରଥମେ ପାକିସ୍ତାନ ଏହାକୁ କାଶ୍ମିରୀ ଆତଙ୍କବାଦୀଙ୍କ କାମ କହିଥିଲା । ଭାରତୀୟ ବାୟୁ ସେନା ସହାୟତାରେ ଭାରତୀୟ ସେନା ଅଧିକାଂଶ ଅଞ୍ଚଳ କବଜା କରିନେବା ପରେ ଅନ୍ତର୍ଜାତୀୟ ଚାପ ପକାଇଥିଲା ପାକିସ୍ତାନ ।

କାର୍ଗିଲକୁ ପ୍ରତିବର୍ଷ ୪ ହଜାରରୁ ଅଧିକ ପର୍ଯ୍ୟଟକ ଆସୁଥିବା ବେଳେ ସେଥିରୁ ଅନେକ ଲେହ ଯାଇଥାନ୍ତି । ଡେକାଥଲନ ଭଳି ଫ୍ରେଞ୍ଚ ଆଡଭେଞ୍ଚରିୟସ୍ ସ୍ପୋର୍ଟ୍ସିଂ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ କାର୍ଗିଲରେ ପର୍ଯ୍ୟଟନର ଭଲ ସୁବିଧା ଥିବା କହିଛି । ରାସ୍ତା ଅବସ୍ଥା ସୁଧୁରିଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତିକରଣ ଆବଶ୍ୟକତା ରହିଛି । ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ପରେ ସବୁ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ଲୋକ । ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରର ଅଂଶ ଥିଲା । ୨୦୧୯ରେ ଜାମ୍ମୁ-କାଶ୍ମୀରକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗ କରିଥିଲେ କେନ୍ଦ୍ର ସରକାର ।

ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଜୋଜିଲା ଟନେଲ୍ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାକି କାର୍ଯ୍ୟକ୍ଷମ ହେଲା ପରେ ଲଦାଖର ଜୀବନରେଖା ପାଲଟିବ । ସରକାର ୱାଖାରେ ଏକ ବିମାନବନ୍ଦର ପାଇଁ ବିଚାର କରୁଛନ୍ତି । ଇଣ୍ଡିଆନନ୍ ଇନଷ୍ଟୁଚ୍ୟୁଟ୍ ଅଫ୍ ସ୍କାଏଙ୍ଗିଂ ଆଣ୍ଡେ ମାଉନଣ୍ଟେରିୟଙ୍ଗ (IISM) ଗୁଲମର୍ଗ ଶୀଘ୍ର କାର୍ଗିଲର ପଷ୍କୁମରେ ଏକ ଶାଖା ଖୋଲିବ । ଏନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ପଟେଲ ସୂଚନା ଦେଇଛନ୍ତି । ଯାହାକି ଆଡଭେଞ୍ଚୁର ଟୁରିଜିମକୁ ପ୍ରୋତ୍ସାହିତ କରିବ ।

Leave A Reply

Your email address will not be published.