ଭୁବନେଶ୍ୱର: ପଟିଆ-ଭୁବନେଶ୍ୱର ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଏହାର ଟ୍ରାନ୍ସପୋର୍ଟ ପ୍ରଭାଗ ଦ୍ୱାରା ସ୍ଥାନୀୟ ପଟିଆ ସେବା କେନ୍ଦ୍ରଠାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରିଛି । ଏହି ଅବସରରେ “ସଡକ ସୁରକ୍ଷା ଓ ସାମାଜିକ ଦାୟିତ୍ୱ” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ଆଡିସିନାଲ୍ ଟ୍ରାଫିକ ଡିସିପି କିଶୋରଚନ୍ଦ୍ର ପାଣିଗ୍ରାହୀ, ଟ୍ରାଫିକ୍ ଆଇଆଇସି ଅଞ୍ଜଳି ଛୋଟରାୟ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ସଡକ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ଶୀର୍ଷକ ଉପରେ ନିଜ ଆଭିମୁଖ୍ୟ ରଖିବା ସହ ସାଂପ୍ରତିକ ସମାଜ ପାଇଁ ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ ଅତିଥି ।

ଇଂ ବ୍ରହ୍ମାକୁମାରୀ ସୁଦିପ୍ତା ମାନବ ସମାଜ ପାଇଁ ସଡକ ସୁରକ୍ଷା, ମନ ଶାନ୍ତି ପାଇଁ, ରାଜଯୋଗ ଶିକ୍ଷା ଆବଶ୍ୟକ ବକ୍ତବ୍ୟ ପରିପ୍ରକାଶ କରିଥିଲେ । ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଈଶ୍ୱରୀୟ ଉପହାର ଦିଆଯାଇଥିଲା । ବ୍ରହ୍ମାକୁମାର ମନୋରଞ୍ଜନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସେବାକେନ୍ଦ୍ରରେ ସଞ୍ଚାଳିକା ବ୍ରହ୍ମାକୁମାରୀ ଗୋଲାପ ସମସ୍ତ ସମ୍ମାନୀୟ ଅତିଥିଙ୍କୁ ସ୍ୱାଗତ କରିଥିଲେ ।
BREAKING NEWS
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା

Comments are closed.