ନୂଆଦିଲ୍ଲୀ: ୨୦୦୧ ଡିସେମ୍ବର ୧୩ରେ ସଂସଦ କମ୍ପ୍ଲେକ୍ସ ଭିତରେ ପାଞ୍ଚଜଣ ଆତଙ୍କବାଦୀଙ୍କ ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏମାନଙ୍କ ମଧ୍ୟରେ ମୁଖ୍ୟତଃ ସୁରକ୍ଷା ବାହିନୀର କର୍ମଚାରୀ ଏବଂ ସାଧାରଣ ନାଗରିକ ସାମିଲ୍ ଥିଲେ। ଏହି ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି।
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀମାନେ ସୋମବାର ସଂସଦ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ରାଷ୍ଟ୍ରପତି କୋବିନ୍ଦ ଟ୍ବିଟ୍ କରି ଲେଖିଛନ୍ତି, “ମୁଁ ସାହସୀ ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଯେଉଁମାନେ ୨୦୦୧ରେ ଏହି ଦିନ ନିଜ ଜୀବନକୁ ବାଜି ଲଗାଇଥିଲେ। ଦୁନିଆର ସର୍ବବୃହତ ଗଣତନ୍ତ୍ରର ସଂସଦକୁ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରିଥିଲେ।
Comments are closed.