Latest Odisha News

ସଂକ୍ରମଣ ବିରୁଦ୍ଧରେ ଟିକାର ପ୍ରଭାବକୁ ହ୍ରାସ କରେ ଓମିକ୍ରନ୍‌!

ନୂଆଦିଲ୍ଲୀ: କରୋନାର ମାରାତ୍ମକ ପ୍ରଜାତି ଓମିକ୍ରନ୍, ଯାହା ବର୍ତ୍ତମାନ ସମୟରେ ୬୩ ଟି ଦେଶରେ କାୟା ବିସ୍ତାର କରିସାରିଛି। ଡେଲଟା ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ସଂକ୍ରମଣକାରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦାବି କରିଛି।

ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଓମିକ୍ରନ୍ ସଂକ୍ରମଣ ଏବଂ ସଂକ୍ରମଣ ବିରୁଦ୍ଧରେ ଟିକାକରଣର ପ୍ରଭାବକୁ ହ୍ରାସ କରିଥାଏ। ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଏହାର ଲକ୍ଷଣ କମ୍ ଗୁରୁତର ଅଟେ ବୋଲି WHP ପ୍ରେସ ବିବୃତ୍ତିରେ AFP କହିଛି। ଓମିକ୍ରନ୍ ସଂକ୍ରମଣର ପ୍ରଭାବ “ମୃଦୁ” ବା ଅସ୍ୱାଭାବିକ ମାମଲା, କିନ୍ତୁ ହୁର କହିବା ମୁତାବକ ଏହି ମାରାତ୍ମକ ପ୍ରଜାତିର କ୍ଲିନିକାଲ୍ ପରୀକ୍ଷଣ ପାଇଁ ତଥ୍ୟ ପର୍ଯ୍ୟାପ୍ତ ନୁହେଁ।

ହୁ ସୂଚାଇ ଦେଇଛି ଯେ ଡିସେମ୍ବର ୯ ସୁଦ୍ଧା ଓମିକ୍ରନ୍ ଷ୍ଟ୍ରେନ୍ ୬୩ ଟି ଦେଶକୁ ବ୍ୟାପିସାରିଛି। ଦକ୍ଷିଣ ଆଫ୍ରିକା ଏବଂ ବ୍ରିଟେନରେ ଏହା ଅତ୍ୟଧିକ ମାତ୍ରାରେ ପ୍ରସାରଣ କରୁଥିବା ଲକ୍ଷ୍ୟ କରାଯାଇଛି।

ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ପ୍ରଜାତିକୁ ହୁ ରିପୋର୍ଟ କରିଥିଲା ​​ଯାହା ଦ୍ବାରା ଅନେକ ଦକ୍ଷିଣ ଆଫ୍ରିକା ଦେଶ ଉପରେ ଭ୍ରମଣ ଉପରେ କଟକଣା ଜାରି କରାଯାଇଥଇଲା ଏବଂ ନୂତନ ଷ୍ଟ୍ରେନର ବିସ୍ତାର ଯାଞ୍ଚ କରିବା ପାଇଁ କଟକଣାକୁ ଆହୁରି କଠୋର କରାଯାଇଥିଲା।

Leave A Reply

Your email address will not be published.