ଭୁବନେଶ୍ୱର: ରାଜଧାନୀରେ ପୁଲିସ ପ୍ରାୟ ୨୦୦ ଲିଟର ଦେଶୀ ମଦ ଜବତ କରିବା ସହ ଗଣପତି ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଦେଶୀ ମଦ ଗଚ୍ଛିତ ଥିବା ନେଇ ବିଶ୍ୱସ୍ତ ସୂଚନା ଆଧାରରେ ଖଣ୍ଡଗିରି ଥାନାର ଏକ ସ୍ବତନ୍ତ୍ର ଟିମ୍ ଏକ ଅଜ୍ଞାତ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ାଉ ସମୟରେ ଟିମ୍ ୨୦୦ ପାଉଚରେ ଗଚ୍ଛିତ ମଦ ଠାବ କରିଥିଲା।
ପଚରାଉଚରା ପରେ ଗଣପତି ଦାସ ସ୍ୱୀକାର କରିଛନ୍ତି ଯେ ସେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ଏହି ବେଆଇନ ମଦ ଆଣି କିଛି ଦିନ ହେବ ସହରର ବିଭିନ୍ନ ବସ୍ତିକୁ ବଣ୍ଟନ କରୁଥିଲେ।
ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅତୀତରେ ଏକାଧିକ ଥର ଗିରଫ ହୋଇଥିବା ଗଣପତି ଦାସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
Comments are closed.