Latest Odisha News

BREAKING NEWS

ବାତ୍ୟା ଯାଗୁ ଫସିଗଲେ ୨୦୦ ଟେବୁଲ ଟେନିସ ଖେଳାଳି

ବିଜୟୱାଡା: ମିଗଜୋମ ପ୍ରଭାବରେ ୁ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି । ସବୁଆଡ଼େ ପାଣି ଜମି ରହିଛି । ଘରୁ ବାହାରିବା ବି ସମ୍ଭବ ହେଉନାହିଁ । ବର୍ଷା ଓ ପବନ ଯୋଗୁ ୨୦୦ ଟେବୁଲ ଟେନିସ ଖେଳାଳି ଫସି ଯାଇଛନ୍ତି । ଏହି ଖେଳାଳୀମାନେ ସେଠାରେ ଆୟୋଜିତ ନ୍ୟାଶନାଲ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଖେଳିବାକୁ ଆସିଥିଲେ । ଖେଳ ସରି ଯାଇଥିଲେ ମଧ୍ୟ ବର୍ଷା ପବନ ଯୋଗୁ ସେମାନେ ସେଠାରୁ ବାହାରି ପାରୁ ନାହାନ୍ତି । ସେମାନଙ୍କ ସହ ତାଙ୍କ ପରିବାର ସଦସ୍ୟ ମଧ୍ୟ ଫସି ରହିଛନ୍ତି ।

ନ୍ୟାସନାଲ ରାଙ୍କିଙ୍ଗ ଇଭେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବିଜୟୱାଡା ଖେଳା ଯାଇଥିଲା । ଅନ୍ତିମ ରାଉଣ୍ଡ ପଞ୍ଚକୁଲାରେ ଡିସେମ୍ବର ୮ରେ ଖେଳାଯିବ । ତେବେ ଏହା ପୂର୍ବରୁ ସବୁ ଖେଳାଳି ସେଠାରେ ପହଞ୍ଚିବା ଆବଶ୍ୟକ । ଏପରି ସ୍ଥିତି ଯୋଗୁ ଟେବୁଲ ଟେନିସ ସଂଘ ଟୁର୍ଣ୍ଣାମେଣ୍ଟ ପାଇଁ ନୂଆ ତାରିଖ ଘୋଷଣା କରିପାରେ ।

Leave A Reply

Your email address will not be published.