Latest Odisha News

BREAKING NEWS

ଟ୍ରେନରେ ମଦ୍ୟପାନ କରୁଥିବା ବେଳେ ଗିରଫ ହେଲେ ୩ ଯୁବକ

ନୂଆଦିଲ୍ଲୀ: ଟ୍ରେନରେ ମଦ୍ୟପାନ କରୁଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ମାତ୍ର ୧୨ ମିନିଟ୍‌ରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନିକଟରେ ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ୧୨ ମିନିଟ ମଧ୍ୟରେ ୩ଜଣ ମଦ୍ୟପଙ୍କୁ ଟ୍ରେନରୁ ଗିରଫ କରାଯାଇଥିବା ମାମଲା ସାମ୍ନାକୁ ଆସିଛି ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କହିବାନୁସାରେ, ‘ରେଳବାଇର ସୁରକ୍ଷା କର୍ମଚାରୀ (ଆରପିଏଫ) ଜଣେ ମହିଳା ଯାତ୍ରୀଙ୍କଠାରୁ ଅଭିଯୋଗ ପାଇଥିଲେ । ଏହି ଅଭିଯୋଗ ପାଇବାର ମାତ୍ର ୧୨ମିନିଟ ପରେ ଆକସନ ନିଆଯାଇଥିଲା ।’ମହିଳା ଯାତ୍ରୀ ରେଳରେ ଯାତ୍ରା କରିବା ସମୟରେ ତିନିଜଣ ଯୁବକ ମଦ ପାନ କରି ପାଟିତୁଣ୍ଡ କରୁଥିଲେ । ଏହାପରେ ଗାୟତ୍ରୀ ବିଶୋଇ ନାମକ ମହିଳା ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟୁଇଟର)ରେ ଏକ ଭିଡିଓ ଅପଲୋଡ କରିଥିଲେ ।

ଏଥିରେ ସେ କହିଥିଲେ କି, ମୁଁ ଦ୍ୱିତୀୟଶ୍ରେଣୀ ଏସି କୋଚରେ ଜୟପୁରରୁ ଶ୍ରୀଗଙ୍ଗାନଗର ଯାତ୍ରା କରୁଛି । ଯେଉଁଥିରେ ତିନିଜଣ ବ୍ୟକ୍ତି ମଦପାନ କରୁଛନ୍ତି । ଆଉ ସାମ୍ନାରେ ଯେଉଁ ଯାତ୍ରୀଙ୍କୁ ଦେଖୁଛନ୍ତି ଅସଭ୍ୟ ଭାଷା କହି ଗାଳିଗୁଲଜ କରୁଛନ୍ତି ।

Leave A Reply

Your email address will not be published.