Latest Odisha News

BREAKING NEWS

ଦେଶର ସବୁଠାରୁ ସୁରକ୍ଷିତ ସହର ହେଉଛି କୋଲକତା

କୋଲକାତା: ଦେଶରେ ସବୁଠାରୁ ସୁରକ୍ଷିତ ସହର ହେଉଛି କୋଲକତା । ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ରେକର୍ଡ ଅନୁସାରେ ୨୦୨୩ରେ ଦେଶର ସବୁଠାରୁ ସୁରକ୍ଷିତ ସହର ଭାବେ କୋଲକାତାକୁ ମାନ୍ୟତା ମିଳିଛି । ଲଗାତାର ୩ୟ ଥର ପାଇଁ କୋଲକାତାକୁ ଦେଶର ସୁରକ୍ଷିତ ସହର ଭାବେ ଘୋଷଣା କରାଯାଇଛି ।

ପ୍ରତି ଲକ୍ଷ ଜନସଂଖ୍ୟା ମଧ୍ୟରେ ଏହି ସହରରେ ଅପରାଧୀଙ୍କ ବିରୋଧରେ ଖୁବ୍ କମ ମାମଲା ରୁଜୁ କରାଯାଇଛି । ୨୦୨୨ର ତଥ୍ୟ ଅନୁଯାୟୀ, କୋଲକାତାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରେ ୮୬.୫ମାମଲା ରୁଜୁ ହୋଇଛି । କୋଲକାତା ପରେ ଦ୍ୱିତୀୟରେ ରହିଛି ପୁଣେ । ଯେଉଁଠି ୨୮୦ ଆପରାଧିକ ମାମଲା ରୁଜୁ ହୋଇଛି । ତୃତୀୟରେ ହାଇଦ୍ରାବାଦ ରହିଛି । ଯେଉଁଠି ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୨୯୯ଟି ଆପରାଧିକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.