ମୁମ୍ବାଇ: ବର୍ତ୍ତମାନ ବଲିଉଡରେ କଲ୍ଟ ଫିଲ୍ମ ଗୁଡିକୁ ପୁନଃ ରିଲିଜ୍ କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ନିକଟରେ ଅନେକ କ୍ଲାସିକ ଫିଲ୍ମ ପୁନଃ ରିଲିଜ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ହେଲା ସଲମାନ ଖାନଙ୍କ ଫିଲ୍ମ ‘ମେନେ ପ୍ୟାର କିୟା’ । ହିନ୍ଦୀ ସିନେମାରେ ଏଭଳି ଅନେକ ଫିଲ୍ମ ଅଛି ଯାହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିବ ନାହିଁ । କିନ୍ତୁ ପରେ ସେହି ଫିଲ୍ମ ଗୁଡିକୁ ବହୁତ ପସନ୍ଦ କରାଯାଉଛି ।
ଏହି ଫିଲ୍ମ ତାଲିକାରେ ଆର ମାଧବନ ଓ ଦିୟା ମିର୍ଜାଙ୍କ ଅଭିନୀତ ‘ରହନା ହୈ ତେରେ ଦିଲ ମେଁ’ ଅନ୍ତର୍ଭୁକ୍ତ । ଏହି ଫିଲ୍ମ ଟି ସେହି ସମୟରେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନଥିଲା, କିନ୍ତୁ ପରେ ଲୋକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ଏହି ଫିଲ୍ମର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ଦୀର୍ଘ ୨୪ ବର୍ଷପରେ ଫିଲ୍ମ ହଲ୍ ରେ ଆର ମାଧବନ୍, ଦିଆ ମିର୍ଜା ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ଟି ପୁନଃ ରିଲିଜ୍ କରିବାକୁ ଯାଉଛି । ୨୦୦୧ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ପ୍ରଶଂସକଙ୍କ ହୃଦୟକୁ ଛୁଇଁ ଥିଲା । ଏହାର ଗୀତଗୁଡ଼ିକ ଏବେ ବି ଲୋକଙ୍କ ଓଠରେ ଅଛି ।
ତେବେ ଏହି କଲ୍ଟ କ୍ଲାସିକ୍ ଫିଲ୍ମ ‘ରହନା ହୈ ତେରେ ଦିଲ୍ ମେଁ’ ଅଗଷ୍ଟ ୩୦, ୨୦୨୪ ରେ ପୁନଃ ରିଲିଜ ହେବାକୁ ଯାଉଛି । ଆପଣ ଏହାକୁ ୩୦ ଅଗଷ୍ଟରୁ ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ହଲ୍ ରେ ଦେଖିପାରିବେ । ଆର ମାଧବନ୍, ଦିଆ ମିର୍ଜା ଏବଂ ସୈଫ ଫିଲ୍ମ ମାଧ୍ୟମରେ ପୁଣି ଥରେ ନିଜର ଯାଦୁ ଦେଖାଇବେ । ଏହାର ହୃଦୟସ୍ପର୍ଶୀ ରୋମାନ୍ସ ଏବଂ ସ୍ମରଣୀୟ ସାଉଣ୍ଡଟ୍ରାକ୍ ପାଇଁ ଜଣାଶୁଣା ଏହି ଫିଲ୍ମଟି ରିଲିଜ୍ ହେବା ପରଠାରୁ ଲୋକଙ୍କ ମଧ୍ୟରେ ପ୍ରିୟ ହୋଇ ରହିଆସିଛି ।
Comments are closed.