Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅହମ୍ମଦାବାଦ ସିରିଜ ବିସ୍ଫୋରଣ, ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଭୁବନେଶ୍ୱର: ୨୦୦୮ ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲା  । ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଥିବା ୪୯ ଜଣଙ୍କ ମଧ୍ୟରୁ ଏକକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ପେଶାଲ କୋର୍ଟ । ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ନ୍ୟାୟିକ ଇତିହାସରେ ୩୮ ଜଣଙ୍କୁ ଏକକାଳୀନ ଫାଶୀ ଦଣ୍ଡାଦେଶ ଦେବା ବିରଳ ଘଟଣା ।

ପୂର୍ବରୁ କେବେ ଏଭଳି ଦେଖିବାକୁ ମିଳିନଥିଲା । ଗତ ୧୩ ବର୍ଷ ହେବ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି । ଅହମ୍ମଦାବାଦ ସିରିଜ ବିସ୍ଫୋରଣ ଘଟଣାରେ ୭୮ ଜଣ ଅଭିଯୁକ୍ତ ଥିଲେ । ପରବର୍ତ୍ତୀ ସମୟରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇ ଯାଇଥିଲେ । ତେବେ ମାମଲା ୭୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାଲିଥିଲା ।

୧୧୬୩ ଜଣଙ୍କ ଠାରୁ ବୟାନ, ୬ ହଜାରରୁ ଅଧିକ ପ୍ରମାଣ ଯୋଗାଡ କରାଯାଇଥିଲା । ତେବେ ପ୍ରମାଣ ଅଭାବରୁ ୨୮ ଜଣଙ୍କୁ ନିର୍ଦ୍ଦୋଷ ଭାବେ ଖଲାସ କରାଯାଇଥିଲା । ଆଉ ଆଜି ୬୭୫୨ ପୃଷ୍ଠାର ରାୟରେ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ନ୍ୟାୟିକ ଇତିହାସରେ ଏହା ପ୍ରଥମଥର ପାଇଁ ହୋଇଛି ଯେତେବେଳେ ୪୯ ଜଣ ଅଭିଯୁକ୍ତଙ୍କୁ ଆତଙ୍କବାଦୀ ଭାବେ ଦୋଷୀ କରାଯାଇଛି । ୟୁଏପିଏ ଆଇନ ବଳରେ ସମସ୍ତ ୪୯ ଜଣଙ୍କୁ ଦୋଷୀ ଚିହ୍ନଟ କରାଯାଇଛି ।

୨୬ ଜୁଲାଇ ୨୦୦୮ରେ ଅହମ୍ମଦାବାଦରେ ସନ୍ଧ୍ୟା ୬ଟା ୪୫ ମିନିଟରେ ବିସ୍ଫୋରଣ ହୋଇଥିଲା ।

Comments are closed, but trackbacks and pingbacks are open.