Latest Odisha News

BREAKING NEWS

[ଭିଡିଓ] ବିବାହ ଭୋଜିରେ ବିନା ନିମନ୍ତ୍ରଣରେ ପହଂଚିଥିଲେ ଛୁଆ ସହ ମାଆ ଭାଲୁ

ଭୁବନେଶ୍ୱର: ଜନବସତି ଇଲାକାରେ ବନ୍ୟଜନ୍ତୁ ଦେଖାଯିବା ଆଜିକାଲି କିଛି ନୂଆକଥା ନୁହେଁ । ହ୍ରାସ ପାଉଥିବା ସବୁଜିମା ଓ ବଢିଚାଲିଥିବା କଂକ୍ରିଟ୍ ଜଙ୍ଗଲ ପାଇଁ ସହରମୁହାଁ ହେଉଛନ୍ତି ଜଙ୍ଗଲି ପଶୁ । ନିକଟରେ ଏକ ବିବାହ ଭୋଜିରେ ଗୋଟିଏ ମାଆ ଭାଲୁ ନିଜ ଛୁଆଙ୍କ ସହ ଘୁରିବୁଲିବା ଭଳି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଛତିଶଗଡ କାଙ୍କେର୍ ଜିଲ୍ଲାରେ ଆୟୋଜିତ ଏକ ବିବାହ ଭୋଜିରେ ବିନା ନିମନ୍ତ୍ରଣରେ ପହଂଚିଥିଲେ ମାଆ ଭାଲୁ ଓ ଦୁଇଟି ଛୁଆ । ଛୁଆମାନେ ମାଆ ଭାଲୁ ଉପରେ ବସି ବୁଲିବା ଭଳି ଘଟଣା ଅନେକଙ୍କୁ ମନୋରଂଜନର ଖୋରାକ ଯୋଗାଇଥିଲା । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

ସ୍ଥାନୀୟ ବନ ବିଭାଗର ରିପୋର୍ଟ ଅନୁଯାୟୀ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ବିବାହ ଭୋଜିରେ ପ୍ରବେଶ କରିଥିଲା । ହେଲେ ଭୋଜି ସମାରୋହ ବହୁ ସମୟ ପୂର୍ବରୁ ସମାପ୍ତ ହୋଇଥିବାରୁ ସେଠାରେ ଅତିଥିମାନେ ଉପସ୍ଥିତ ନଥିଲେ । ଫଳରେ ଭାଲୁ ଦ୍ୱାରା କେହି ମୃତାହତ ହୋଇନଥିବା ସୂଚନା ରହଛି ।

Comments are closed, but trackbacks and pingbacks are open.