Latest Odisha News

BREAKING NEWS

[ଭିଡିଓ] କୁକୁର ବଞ୍ଚାଇଲା ମାଛର ଜୀବନ ,ଭାଇରାଲ ହେଲା ଭିଡିଓ

ଭୁବନେଶ୍ୱର : ସତରେ କୁକୁର ବିଶ୍ୱସ୍ତ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଭାଇରାଲ ହେଉଥିବା ଏହି ଭିଡିଓ । ଜଣେ ବ୍ୟକ୍ତିଙ୍କ ଘରେ ଜିଅନ୍ତା ମାଛଟି ଟବ୍ ବାହାରେ ପଡିଯାଇଥିଲା ।ଏହି ସମୟରେ ଘରେ ଥିବା ପୋଷା ବିରାଡି ଆସି ମାଛକୁ ଖାଇବା ପାଇଁ ଗୋଡ ମାରି ଦେଖିୁଥିବା ବେଳେ , ହଠାତ୍ ସେହି ସମୟରେ ପୋଷା କୁକୁର ପହଁଞ୍ଚି ମାଛର ଜୀବନ ବଞ୍ଚାଇଛି । କୁକୁର ମାଛକୁ ନିଜ ପାଟିରେ ଟେକିନେଇ ଟବ୍ ଭିତରେ ଛାଡି ଦେଇଛି ।

ଯାହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ମାଲିକ । ଏହି ଭିଡିଓ ଏବେ ଭଲ ରେସପନ୍ସ ପାଉଥିବା ବେଳେ ପୋଷା କୁକୁରର ଖୁବ୍ ତାରିଫ୍ କରିଛନ୍ତି ମାଲିକ ।

Comments are closed, but trackbacks and pingbacks are open.