Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସରେ ଏଥର ଅଂଶଗ୍ରହଣ କରିବେ ୨୫ ଭାଇ-ଭଉଣୀ, ୬ ଯମଜ ଯୋଡି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଏଥର ୨୫ ଭାଇ-ଭଉଣୀ ଯୋଡି ଓ ୬ ଯମଜ ଯୋଡି ଅଂଶଗ୍ରହଣ କରିବେ । ରିଓ ଅଲିମ୍ପିକ୍ସରେ ଏହାଠାରୁ ଅଧିକ ୩୬ ଭାଇ-ଭଉଣୀ ଯୋଡି ଖେଳିଥିଲେ । ରୁଷର ୨୨ ବର୍ଷୀୟା ଅରୀନା ଓ ଦୀନା ଯମଜ ଯୋଡି ଜିମ୍ନାଷ୍ଟିକରେ ଦକ୍ଷତା ପ୍ରଦର୍ଶନ କରିବେ । ସେହିପରି ବକ୍ସିଂରେ ବ୍ରିଟେନର ଲ୍ୟୁକ ଓ ପ୍ୟାଟ, ସାଇକ୍ଲିଂରେ ଆଡାମ ଓ ସାଇମନ, ଜିମ୍ନାଷ୍ଟିକ୍ସରେ ବ୍ରିଟେନର ଜେନିଫର ଓ ଜେସିକା ଏବଂ ସନ୍ତରଣରେ ଫ୍ରାନ୍ସର ଲୌରା ଓ ଶାର୍ଲିଟ ପଦକ ହାସଲ ନେଇ ଭାଗ୍ୟ ପରୀକ୍ଷା କରିବେ ।ଆମେରିକା ଫୁଟବଲ ଟିମରେ ପ୍ରଥମ ଥର ପାଇଁ ୨ ଭଉଣୀ କ୍ରିଷ୍ଟି ଓ ସ୍ୟାମ ଏବଂ ଗଲ୍ଫରେ ନେଲୀ ଓ ଜେସିକା ଦେଶ ପାଇଁ ପଦକ ହାସଲ ନେଇ ଉଦ୍ୟମ କରିବେ । ୱାଟରପୋଲୋରେ ମାଙ୍କେଜି ଓ ଆରିୟୋ ଫିଶର ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣିମ ସଫଳତା ଦୋହାରାଇବା ପାଇଁ ଚେଷ୍ଟା କରିବେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅସୀଚାଳକ ଯୋଡି କେଲୀ ଓ କର୍ଟନର ହର୍ଲ ଏହାକୁ ସ୍ୱର୍ଣ୍ଣରେ ପରିଣତ କରିବା ପାଇଁ ଉଦ୍ୟମ କରିବେ । ସେହିପରି ଆମେରିକାର ବାସ୍କେଟବଲ ଟିମରେ ଏରିକ ଓ କାବିକା ଶୌଜୀ ପୁନର୍ବାର ସ୍ଥାନ ପାଇଛନ୍ତି । ଶୁଟିଂ ୨୫ ମିଟର ଏୟାର ରାଇଫଲ ଇଭେଂଟରେ ହେନରୀ ଓ ଜ୍ୟାକସନ ଲିଭରେଟ ଏକତ୍ର ଲକ୍ଷ୍ୟ ଧାର୍ଯ୍ୟ କରିବେ । ବ୍ରିଟେନର ଟିଫନୀ ପୋର୍ଟର ଓ ସିଣ୍ଡି ସେଭଂର ହର୍ଡଲ୍ସରେ ଆମ୍ନା ସାମ୍ନି ହେବେ ।

ଅନ୍ୟ ମୁକାବିଲା ମଧ୍ୟରେ ରିଲେରେ ୱିଲିୟମ୍ସ ଭଉଣୀ ଜେଡି ଓ ହନ୍ନା , ରୋଇଂରେ ମାଥିଲ୍ଡା, ସନ୍ତରଣରେ ଚାର୍ଲଟ, ଲିଚଫିଲ୍ଡ ବନ୍ଧୁ , ହକିରେ ବ୍ରିଟେନର ପୁରୁଷ ଏବଂ ମହିଳା ବିଭାଗରେ ଯଥାକ୍ରମେ ହ୍ୟାରୀ ଓ ହନ୍ନା ମାର୍ଟିନ ଅଂଶଗ୍ରହଣ କରିବେ । ଏତଦବ୍ୟତୀତ ରୋଇଂରେ ବ୍ରିଟେନର ଏମିଲି ଓ ଟମ ଫୋର୍ଡ, ସେଲିଂରେ ତୁର୍କୀର ଏଟସ, ଡେନିଜ ସିନାର, ଜିମ୍ନାଷ୍ଟିକ୍ସରେ ତୁର୍କୀରେ ଏଟସ ଓ ଡେନିଜ, ଟ୍ରାଇଥାଲାନରେ ନେଦରଲାଣ୍ଡର ସାନେ, ଲାଇକ,  ସନ୍ତରଣରେ  ନ୍ୟୁଜିଲାଣ୍ଡର ଟ୍ରେଂଟ ଥୋର୍ପେ ଓ ଆଇଷ୍ଟେଲେ, ଅଷ୍ଟ୍ରେଲିଆର ବ୍ରୋଟେଂ ଓ କ୍ୟାଟ, ସେଲିଂରେ କ୍ରୋଏସିଆର ସିମ ଓ ମିହାବୋଲେ, ସନ୍ତରଣରେ ଅଷ୍ଟ୍ରିଆର ଆନ୍ନା ଓ ଇରିନୀ ଏକତ୍ର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ । ସ୍ପେନର ପୁରୁଷ ବାସ୍କେଟବଲ ଟିମରେ ପାଉ ଓ ମାର୍କ ମଧ୍ୟ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.