Latest Odisha News

BREAKING NEWS

ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା: ଆଜି DFOଙ୍କୁ ହେବ ପଚରାଉଚରା !

ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଖୋଳତାଡ ଜାରି ରହିଛି। ବାଲେଶ୍ୱର ଜିଲ୍ଲା ଖଇରାରେ ସୌମ୍ୟଙ୍କ ପରିବାର ଲୋକେ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ପଚରାଉଚରା ଓ ବୟାନ ରେକର୍ଡ ସାରି ଫେରିଛି ପାରଳାଖେମୁଣ୍ଡି ଥାନା ପୋଲିସ। ଆଜି ସୌମ୍ୟଙ୍କ ସରକାରୀ ବାସଭବନରେ ଯାଞ୍ଚ କରୁଛି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍।

ମିଳିଥିବା ସୂଚନା ଅନୁସାରେ ଆଜି ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପଚରାଉଚରା କରିପାରେ ଗଜପତି ପୋଲିସ ଓ କ୍ରାଇମ ବ୍ରାଞ୍ଚ ଟିମ୍। ତାଙ୍କ ନାଁରେ ହତ୍ୟା ଓ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ ହୋଇଛି। ସୌମ୍ୟଙ୍କ ବାପା କରିଥିବା ଅଭିଯୋଗ ଆଧାରରେ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଓ ଗାର୍ଡ ମନ୍ମଥ କୁମ୍ଭଙ୍କ ନାଁରେ ମାମଲା ହୋଇଛି।

ପୂର୍ବରୁ ଗାର୍ଡ ମନ୍ମଥ କୁମ୍ଭକୁ ପଚରାଉଚରା ସହ ତାର ବୟାନ ରେକର୍ଡ କରିଛି ଗଜପତି ପୋଲିସ। ଏସପିଙ୍କ ଉପସ୍ଥିତିରେ ସେ ସୌମ୍ୟରଞ୍ଜନଙ୍କ କ୍ୱାର୍ଟରରେ ସେଦିନ କଣ ହେଇଥିଲା ଓ ସେ କଣ ଦେଖିଥିଲେ ପୋଲିସ ଆଗରେ ଦେଖାଇଥିଲେ। ସେହିପରି ବିଦ୍ୟାଭାରତୀଙ୍କୁ ଦୁଇ ଦିନ ପଚରାଉଚରା ସହ ବୟାନ ରେକର୍ଡ ହୋଇଛି।

ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଓ ସାମନାକୁ ଆସୁଥିବ ନୂଆ ନୂଆ ଅଭିଯୋଗ ଉପରେ ବି ପୋଲିସ ତଦନ୍ତ ଆଗେଇଛି। ସହାୟତା କରିବାକୁ ପାରଳାଖେମୁଣ୍ଡିରେ ଅଛି କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍। ସୌମ୍ୟଙ୍କ ମୃତ୍ୟୁକୁ ୧୦ ଦିନ ହୋଇଥିଲେ ବି ରହସ୍ୟ ଉପରୁ ପରଦା ହଟିନି।

Leave A Reply

Your email address will not be published.