Latest Odisha News

ମୁଁ ବ୍ରାହ୍ମଣ କହି ବିବାଦରେ ଛନ୍ଦି ହେଲେ ରାଇନା

ଲକ୍ଷ୍ନୌ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଉତରପ୍ରଦେଶର ସୁରେଶ ରାଇନା ନିଜକୁ ବ୍ରାହ୍ମଣ ଭାବେ ସମ୍ବୋନ୍ଧତି କରିବା ଯୋଗୁ ବିବାଦ ସୃଷ୍ଟି ହୋଇଛି । ତାମିଲନାଡୁ ପ୍ରିମିୟର ଲିଗ ଅବସରରେ କମେଂଟ୍ରି କରୁଥିବା ବେଳେ ସେ ଏକ ପ୍ରଶ୍ନର ଉତରରେ ନିଜକୁ ବ୍ରାହ୍ମଣ ବୋଲି କହିଥିଲେ । ତାଙ୍କୁ ଯେତେବେଳେ ଦକ୍ଷିଣ ଭାରତ ସଂସ୍କୃତି ସମ୍ପର୍କରେ ପଚରାଗଲା ସେ କହିଥିଲେ ୨୦୦୪ରୁ ଚେନ୍ନାଇରେ ଖେଳୁଛି । ମୁଁ ଭାବୁଛି ମୁଁ ମଧ୍ୟ ଜଣେ ବ୍ରାହ୍ମଣ । ଅନିରୁଦ୍ଧ ଶ୍ରୀକାନ୍ତ, ସୁବ୍ରମଣ୍ୟମ ବଦ୍ରିନାଥ, ଏଲ ବାଲାଜୀ ଏମାନଙ୍କୁ ସହ ଖେଳିଛି ଓ ବ୍ୟକ୍ତିଗତ ପସନ୍ଦ ମଧ୍ୟ କରେ ।

ରାଇନା କାହିଁକି ଜାତିଭିତିକ ଶବ୍ଦ ବ୍ୟବହାର କଲେ ସେ ନେଇ ୟୁଜର୍ସମାନେ ଟାର୍ଗେଟ କରିଛନ୍ତି । ରାଇନା ୨୨୬ ଆନ୍ତର୍ଜାତୀୟ ଦିନିକିଆରେ ୫୬୧୫, ଟି୨୦ରେ ୬୬ ମ୍ୟାଚରେ ୧୬୦୫ ଓ ୧୮ ଟେଷ୍ଟରେ ୭୬୮ ରନ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.