Latest Odisha News

BREAKING NEWS

ଫିଫା ବିଶ୍ୱକପ ମହା ମୁକାବିଲା ଆଜି: ମେସି ମ୍ୟାଜିକ ନା ବାପ୍ପେ କରିବେ କମାଲ

ଦୋହା: ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଫିଫା ବିଶ୍ୱକପ ଫାଇନାଲ । ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ହେବାକୁ ଥିବା ଏହି ରୋମାଂଚକ ମୁକାବିଲା ପାଇଁ ପଡିଆ, ଖେଳାଳି, ରେଫରୀ ଆଉ ପ୍ରଶଂସକ ପ୍ରସ୍ତୁତ ହୋଇ ସାରିଲେଣି । ଚାମ୍ପିୟନ ଫ୍ରାନ୍ସ ଟାଇଟଲ ବଜାୟ ରଖିବାକୁ ଚାହିଁବା ବେଳେ ଆର୍ଜେଂଟିନା ଷଷ୍ଠ ଥର ପାଇଁ ମିଳିଥିବା ସୁଯୋଗକୁ ହାତଛଡା କରିବାକୁ ଚାହିଁବ ନାହିଁଚ ୨୦୧୮ ମୁକାବିଲାର ମଧୂର ପ୍ରତିଶୋଧ ନେବା ପାଇଁ ଲିଓନେଲ ମେସିଙ୍କ ଟିମ ନିଶ୍ଚିତ ଭାବେ ଚାହିଁବ । ମେସିଙ୍କ ଏହା ଶେଷ ବିଶ୍ୱକପ ହେବାକୁ ଯାଉଥିବାରୁ ସେ ଏହାକୁ ସ୍ମରଣୀୟ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ୨୦୧୪ରେ ସେ ଦଳକୁ ଫାଇନାଲକୁ ନେବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଟାଇଟଲ ମୁକାବିଲାରେ ଜର୍ମାନୀର ଗୋଟିଏ ଗୋଲ ସବୁ ଆଶା ଚୂରମାର କରି ଦେଇଥିଲା । ବିଶ୍ୱକପ ଇତିହାସରେ ବ୍ରାଜିଲ ସର୍ବାଧିକ ୫ ଥର ଚାମ୍ପିୟନ ହୋଇଛି । ଏହା ପଛକୁ ଜର୍ମାନୀ (୪), ଇଟାଲୀ (୪), ଉରୁଗୁଏ(୨), ଫ୍ରାନ୍ସ(୨) ଓ ଆର୍ଜେଂଟିନା ୨ ଥର ଚାମ୍ପିୟନ ହୋଇଛନ୍ତି ।

ବିଶ୍ୱକପରେ ଆର୍ଜେଂଟିନା ଓ ଫ୍ରାନ୍ସ ପରସ୍ପରକୁ ୩ଟି ମୁକାବିଲାରେ ଭେଟିଛନ୍ତି । ଆର୍ଜେଂଟିନା ୨ଟି ଓ ଫ୍ରାନ୍ସ ଗୋଟିଏ ଜିତିଛି । ସେହିପରି ଓଭରାଲ ମୁକାବିଲାରେ ଉଭୟ ୧୨ଟି ମୁକାବିଲାରେ ସାମ୍ନା ସାମ୍ନି ହୋଇଛନ୍ତି । ଆର୍ଜେଂଟିନା ୬ ବିଜୟ ସହ ଏଥିରେ ମଧ୍ୟ ଆଗରେ ରହିଛି । ଏଥର ଦୁଇ ଦେଶର ଷ୍ଟାର ଖେଳାଳି ଲିଓନେଲ ମେସୀ ଓ କାଲିୟମ ଏମବାପ୍ପେ ୫ଟି ଲେଖାଁଏ ଗୋଲ କରି ଜବରଦସ୍ତ ଫର୍ମରେ ରହିଛନ୍ତି । ଆର୍ଜେଂଟିନା ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ହାରିବା ପରେ ବାକି ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । ଫ୍ରାନ୍ସ ମଧ୍ୟ ବିଜୟଧାରା ବଜାୟ ରଖିଛି ।

Leave A Reply

Your email address will not be published.