Latest Odisha News

BREAKING NEWS

ବଲିଉଡ ନାୟିକା ଉଦିତା ଗୋସ୍ୱାମୀ ଉଦଘାଟନ କଲେ ନାଇଟ୍ କ୍ଲବ ‘କନେକ୍ଟ’

ଭୁବନେଶ୍ୱର: ରାଜଧାନୀବାସୀ ନେବେ ଆଉ ଏକ ନାଇଟ୍ କ୍ଲବର ମଜା । କାରଣ ଖୋଲିଯାଇଛି ନାଇଟ କ୍ଳବ ‘କନେକ୍ଟ’ । ଗତକାଲି ବଲିଉଡ ନାୟିକା ଉଦିତା ଗୋସ୍ୱାମୀ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବଲରରେ ବିଗ୍ ବସ୍ ପ୍ରତିଯୋଗୀ ତଥା ଫ୍ୟାସନ ଡିଜାଇନର ସବ୍ୟସାଚୀ ଶତପଥି, ଉପସ୍ଥାପିକା ଲିପ୍ସା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

ତେବେ ଉଦିତା ନିଜ ଅନ୍ଦାଜରେ ଡିଜେ ବଜାଇ ଲୋକଙ୍କୁ ମତୁଆଲା କରିଥିଲେ । ଓଡିଶା ଆସି ତାଙ୍କୁ ବହୁତ ଭଲ ଲାଗିଲା ବୋଲି ସେ କହିଛନ୍ତି । ଶେଷରେ ଓଡ଼ିଆ ଖାଦ୍ୟ ଡାଲମା ଖାଇବା ସହ ଏହାର ତାରିଫ କରିଥିଲେ । କନେକ୍ଟର ମାଲିକ ରୁଦ୍ର ନାରାୟଣ ମହାନ୍ତି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଭୁବନେଶ୍ୱରକୁ ଝୁମାଇବାକୁ କନେକ୍ଟ ଆରମ୍ଭ ହୋଇଛି । ଏଠାରେ ଆକର୍ଷଣୀୟ ଅଫର ସହ ମନ ପସନ୍ଦର ଜିନିଷ ମିଳିବ ।

Leave A Reply

Your email address will not be published.