Latest Odisha News

BREAKING NEWS

ବାରଙ୍ଗ ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ବାରଙ୍ଗ ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ASI ଅଶୋକ ପ୍ରଧାନଙ୍କ ମୃତଦେହ ଉଦ୍ଧାର  । ନନ୍ଦନକାନସ୍ଥିତ ପଦାସାହି ଘରୁ ମିଳିଲା ମୃତଦେହ । ଗତକାଲି ରାତିରେ ଡ୍ୟୁଟି ସାରି ଘରକୁ ଫେରିଥିଲେ । ପରିବାର ସହିତ ଥିଲେ ASI ଅଶୋକ । ରାତିରେ ସ୍ତ୍ରୀଙ୍କ ସହ ଝଗଡା ହୋଇଥିଲା । ସକାଳୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ ପରିବାର ଲୋକେ । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି । ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଆରମ୍ଭ କରିଛି ।

https://studio.youtube.com/video/l14R0v2zUJo/edit

Leave A Reply

Your email address will not be published.