Latest Odisha News

BREAKING NEWS

Yearly Archives

2023

ଫୋକସରେ ଆଦିବାସୀ ଭୋଟର: ଛତିଶଗଡ ଫର୍ମୁଲା ଓଡ଼ିଶାରେ ଲାଗୁ କରିବ ବିଜେପି?

ଭୁବନେଶ୍ୱର: ଛତିଶଗଡରେ ବିଜେପିର ସଫଳତା ସମସ୍ତଙ୍କୁ ଚମକାଇ ଦେଇଛି। କ୍ଷମତାକୁ ଫେରିବାକୁ ନା ଥିଲା ସେଭଳି ନାରା ନା ଦଳୀୟ କର୍ମୀଙ୍କ ମୁହଁରେ ଥିଲା 'ଅବ କି ବାର ବିଜେପି ସରକାରର' ନାରା କିନ୍ତୁ ଯେଉଁଭଳି ଭାବେ ବିଜେପି କମ୍ ବ୍ୟାକ କଲା ତାହା ଅନେକଙ୍କୁ ଚମକାଇ ଦେଇଛି। ଆଉ ବିଜେପିର ଏହି…

ଜମ୍ମୁ-କାଶ୍ମୀରରେ ଭୟାବହ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଜମ୍ମୁ-କାଶ୍ମୀର: ବାରାମୁଲାରେ ଭୟାବହା ଅଗ୍ନିକାଣ୍ଡ। ବାରାମୁଲା କାନଲିବାଗ ବାବା ରେଶି ରୋଡରେ ଥିବା ୮ଟି ଘରେ ଲାଗିଛି ନିଆଁ। ଅଗ୍ନିକାଣ୍ଡରେ ଗୋଟିଏ ଆସବାବପତ୍ର ଫ୍ୟାକ୍ଟ୍ରି ଜଳି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷତି ଘଟିଛି । ଘର ପୋଡିଯିବା ସହ ଆସବାବପତ୍ର ଫ୍ୟାକ୍ଟ୍ରିରେ…

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ହାତ ପାର୍ଟି ହାରିବାକୁ ନେଇ ବର୍ଷିଲେ ମମତା, ଦେଲେ ୨୪ ମୁକାବିଲା ପାଇଁ ପରାମର୍ଶ

ନୂଆଦିଲ୍ଲୀ: କର୍ଣ୍ଣାଟକର ସଫଳତା ଦୋହରାଇପାରିଲାନି କଂଗ୍ରେସ। ତେଲେଙ୍ଗାନାରେ ବିଜୟୀ ହୋଇ ସାନ୍ତ୍ବନା ପାଇଥିବା ଏହି ଦଳ ଏବେ ବିରୋଧୀ ମେଣ୍ଟର ଅନ୍ୟ ସଦସ୍ୟ ଦଳ ଦ୍ବାରା ପ୍ରଶ୍ନବାଣର ସାମ୍ନା କରିଛି। ଆଉ ମେଣ୍ଟରେ କଂଗ୍ରେସ ଏକଚାଟିଆ ବ୍ୟବହାର ଦେଖାଉଥିବା ନେଇ ପରୋକ୍ଷରେ ଅନ୍ୟ ସଦସ୍ୟ…

ଇଣ୍ଡିଆ ମେଣ୍ଟରେ ବିଗୁଡୁଛି ସମୀକରଣ, କଂଗ୍ରେସ ଡାକିଥିବା ବୈଠକକୁ ଆସିବେନି ମମତା

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଶୋଚନୀୟ ପରାଜୟ ପରେ ଇଣ୍ଡିଆ ମେଣ୍ଟର ବୈଠକ ଡାକିଥିଲା କଂଗ୍ରେସ। 6 ତାରିଖରେ ଏହି ବୈଠକ ହେବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ। କିନ୍ତୁ ଏବେ ଏହି ବୈଠକ ବାବଦରେ ଜାଣିନାହାନ୍ତି କହି ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି…

ଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ଘୋଷିତ

ନୂଆଦିଲ୍ଲୀ: ଭାରତ ବିପକ୍ଷ କ୍ରିକେଟ ସିରିଜ ପାଇଁ ସୋମବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି । ଦିନିକିଆ ଟିମର ଅଧିନାୟକ ଟେମ୍ବା ବାଭୁମା ଓ ପେସ ବୋଲର କାଗିସୋ ରାବାଡାଙ୍କୁ ସୀମିତ ଓଭର ବିଶିଷ୍ଟ ସିରିଜରୁ ବାଦ ଦିଆଯାଇଛି । ତେବେ ଏହି ଦୁଇ ଖେଳାଳି ଟେଷ୍ଟ ସିରିଜରେ ଖେଳିବେ । ଟି୨୦ ଏବଂ…

ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ, ୧୧ ପର୍ବତାରେହୀ ମୃତ, ଆଲର୍ଟ ଜାରି

ଜାକର୍ତ୍ତା: ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ ଘଟି ୧୧ ପର୍ବତାରେହୀଙ୍କ ମୃତ୍ୟୁ ହୋଇଛି । ପଶ୍ଚିମ ସୁମାତ୍ରାର ମାରପି ଆଗ୍ନେୟଗିରି ହଠାତ ଉଦଗୀରଣ ହୋଇଥିଲା । ଏଥିରେ ୧୨ଜଣ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି । ତେବେ ବିପଦକୁ ଏଡାଇବା ପାଇଁ ବର୍ତ୍ତମାନ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ସାମୟିକ…

ସାଙ୍ଗମାନଙ୍କ ସହ ମିଶି ଭଉଣୀକୁ ଗଣଦୁଷ୍କର୍ମ ପରେ ହତ୍ୟା କଲା ପିଶାଚ ଭାଇ

କନ୍ଧମାଳ: ରକ୍ତ ସମ୍ପର୍କ ଭାଇ ସାଜିଲା ସଇତାନ । ଭାଇ ଭଉଣୀର ପବିତ୍ର ବନ୍ଧନରେ ଲଗାଇଲା କଳଙ୍କ । କାମନା ନିଆଁରେ ଅନ୍ଧ ହୋଇ ଭଉଣୀକୁ ଦୁଷ୍କର୍ମ ପରେ ହତ୍ଯା କରିବାକୁ ପଛାଇ ନାହିଁ ସଇତାନ ଭାଇ । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପଦ ଥନା ଅଞ୍ଚଳରେ । ଗିରଫ ହେବା ପରେ…

ଅକ୍ଷୟ କୁମାରଙ୍କ ହାଉସଫୁଲ ୫ର ଘୁଂଚିଲା ରିଲିଜ ତାରିଖ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ହାଉସଫୁଲ ୫ର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଏବେ ଏହା ୬ ଜୁନ ୨୦୨୫ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମିତ ହେଉଛି । ଅତ୍ୟଧିକ ଭିଏଫଏକ୍ସ କାର୍ଯ୍ୟ ଥିବା ଫିଲ୍ମର ରିଲିଜ…

ଖୁବଶୀଘ୍ର ପଦମପୁରକୁ ଜିଲ୍ଲା ମାନ୍ୟତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ପ୍ରକ୍ରିୟା ଆରମ୍ଭ

ପଦମପୁର: ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦମପୁର । ଓଡ଼ିଶାର ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇବ। ଏଥିସହ ସତ ହେବ ପଦମପୁରବାସୀଙ୍କ ସ୍ବପ୍ନ । ଦୀର୍ଘଦିନ ଧରି ଜିଲ୍ଲା ମାନ୍ୟତା ଦାବି କରୁଥିଲେ ପଦମପୁରବାସୀ। ଯାହା ଏବେ ସତ ହେବାକୁ ଯାଉଛି। ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୂପଣ ପାଇଁ…

ହନିଟ୍ରାପ୍‌ ମାମଲା: ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କୁ ଆଜି ଜାମିନ ମିଳିଛି । ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ଯାହାଫଳେ ଖୁବ୍ ଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଥିବାବେଳେ, ଏବେ ଆଉ ଗୋଟିଏ…