ଭୁବନେଶ୍ବର: ଚାଲିଛି ଭୋଟ ଗଣତି । ସବୁଠି ଲିଡ୍ କରୁଛି ବିଜେପି । ଏହାରି ଭିତରେ ଆରମ୍ଭ ହୋଗଲାଣି ପଞ୍ଚମ ରାଉଣ୍ଡ । ତେବେ ଚତୁର୍ଥ ରାଉଣ୍ଡ ସୁଦ୍ଧା ଅନେକ ହେଭିଓ୍ବେଟ ନେତା ଫଛରେ ରହିଛନ୍ତି । ଏହାରି ଭିତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ରାଉଣ୍ଡ ସୁଦ୍ଧା ମୁଖ୍ୟମନ୍ତ୍ରୀ ଏବେ ବି କଣ୍ଟାବାଜିରେ ପଛରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧, ୧୫୮ ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ଆଗରେ ରହିଛନ୍ତି । ଅନ୍ୟପଟେ ହିଞ୍ଜିଳିରେ ଲିଡ୍ କରୁଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଅନେକ ହେଭିଓ୍ବେଟ ଯାହାଙ୍କର ନିର୍ବାଚନରେ ଏକପ୍ରକାର ଏକପାଖିଆ ମତ ରହୁଥିଲା, ଚଳିତ ଫଳାଫଳରେ ଏଯାବତ କିନ୍ତୁ ଫଛରେ ପଡିଛନ୍ତି । ସେମାନଙ୍କ ମଧରୁ ମହାକାଳପଡା ବିଧାନସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ, ନୟାଗଡରେ ବିଜେଡି ପ୍ରାର୍ଥୀ ଅରୁଣ ନାୟକ, ଭଞ୍ଜନଗରରେ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁରରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ଛତ୍ରପୁରରେ ବିଜେଡି ପ୍ରାର୍ଥୀ ସୁବାସ ବେହେରା, ଗୋପାଳପୁର ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା, ପାରଳାଖେମୁଣ୍ଡି ଭୂପେଶ ପାଣିଗ୍ରାହୀ, ବଡମ୍ବା ବିଜେଡି ପ୍ରାର୍ଥୀ ଦେବୀ ମିଶ୍ର, ସତ୍ୟବାଦୀ ବିଜେଡି ପ୍ରାର୍ଥୀ ସଂଜୟ ଦାସ ବର୍ମା, ସାଲେପୁରରେ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ, ଟିଟିଲାଗଡରେ ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ପଛରେ ରହିଛନ୍ତି । ସେହିପରି କଟକ ବାରବାଟୀରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ପଛରେ ପଡିଛନ୍ତି ।
ସେହିପରି ଲୋକସଭା ଆସନରେ ସମ୍ବଲପୁର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ଭୁବନେଶ୍ବରରେ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ, , ପୁରୀ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ, ବାଲେଶ୍ବର ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର । ମୟୂରଭଞ୍ଜ ବିଜେଡି ସୁଦାମ ମାରଣ୍ଡି , କେନ୍ଦୁଝର ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଦୁ, କଳାହାଣ୍ଡି ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଳ, ନବରଙ୍ଗପୁର ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ, କୋରାପୁଟ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା, ବ୍ରହ୍ବପୁର ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ସୁନ୍ଦରଗଡ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ, ବଲାଙ୍ଗୀର ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, କେନ୍ଦ୍ରପଡା ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏଯାବତ ପଛରେ ପଡିଛନ୍ତି ।
ଶେଷ ରାଉଣ୍ଡ ସୁଦ୍ଧା ଏହା ବଦଳି ମଧ୍ୟ ପାରେ । ତେବେ ଏବେ କେଉଁ ପାଣି କୁଆଡେ ଯାଉଛି ତାହା ଦେଖିବାକୁ ବାକି ରହିଲା ।
Comments are closed.