Latest Odisha News

BREAKING NEWS

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ ସ୍ବଡେଶ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ବୁଧବାର କୁହାଯାଇଛି ଯେ ରସାୟନ ବିଜ୍ଞାନରେ ଡେଭିଡ ବେକର, ଡେମିସ ହାସାବିସ ଏବଂ ଜନ୍ ଏମ ଜମ୍ପରଙ୍କୁ ପ୍ରଦାନ କରାଯିବ। ‘କମ୍ପ୍ୟୁଟେସନ୍ ପ୍ରୋଟିନ୍ ଡିଜାଇନ୍’ ପାଇଁ ଡେଭିଡ ବେକରଙ୍କୁ ଏହି ପୁରସ୍କାର ମିଳୁଛି।

ଅପରପକ୍ଷରେ ‘ପ୍ରୋଟିନ୍ ଷ୍ଟ୍ରକଚର୍ ର ଭବିଷ୍ୟବାଣୀ” ପାଇଁ ଡେମିସ୍ ହାସାବିସ୍ ଏବଂ ଜନ୍ ଜମ୍ପରଙ୍କୁ ଚୟନ କରାଯାଇଛି।

ରୟାଲ ସ୍ବଡେଶ ଏକାଡେମୀ ଅଫ୍ ସାଇନ୍ସର ସେକ୍ରେଟେରୀ ଜେନେରାଲ୍ ହାନ୍ସ ଏଲଗ୍ରେନ୍ କହିଛନ୍ତି ଯେ ଚଳିତ ବର୍ଷର ରସାୟନ ବିଜ୍ଞାନ ନୋବେଲକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଭାଗ ଡେଭିଡ ବେକରଙ୍କୁ ଏବଂ ଅନ୍ୟଭାଗ ମିଳିତ ଭାବେ ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍ ଜମ୍ପରଙ୍କୁ ପ୍ରଦାନ କରାଯାଉଛି। ରସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ପୁରସ୍କାର ବିଜେତା ଡେଭିଡ ବେକର ସିଆଟେଲରେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ଡେମିସ୍ ହାସାବିସ୍ ଏବଂ ଜନ୍ ଜମ୍ପର୍ ଲଣ୍ଡନରେ ଗୁଗୁଲ୍ ଡିପ୍ ମାଇଣ୍ଡରେ କାର୍ଯ୍ୟରତ।

Comments are closed.