Latest Odisha News
Yearly Archives

2024

ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ, ୩୮ ମୃତ

ଲାହୋର: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଅନ୍ତର୍ଗତ ଲୋୟର କୁରାମ ଅଞ୍ଚଳରେ ଏକ ଯାତ୍ରୀବାହୀ ଭ୍ୟାନ ଉପରେ ଆଖିବୁଜା ଗୁଳିମାଡ଼। ଏହି ଆତଙ୍କବାଦୀ ଆକ୍ରମଣରେ ୯ ବର୍ଷର ବାଳିକା ଏବଂ ଅନେକ ମହିଳାଙ୍କ ସମେତ ୩୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖାଇବର…

ଭଦ୍ରକ ବନ୍ଧଗାଁ ପୂର୍ବତନ ସରପଞ୍ଚ ହତ୍ୟା ଘଟଣା: ୪ ଗିରଫ

ଭଦ୍ରକ: ଜିଲ୍ଲା ବନ୍ଧଗାଁ ପଞ୍ଚାୟତର ବହୁ ଚର୍ଚ୍ଚିତ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କ ହତ୍ୟା ଘଟଣାର ୯ ଦିନ ପରେ ଆଜି ପର୍ଦ୍ଦାଫାସ୍‌ କରିଛି ପୋଲିସ । ବ୍ୟବସାୟିକ ଶତୃତାକୁ ନେଇ ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ । ଏହି ଘଟଣାରେ ପୋଲିସ ୪ ଜଣ…

ନଭେମ୍ବର ୨୪ରେ ଦଳ ସହିତ ଯୋଗ ଦେବେ ରୋହିତ

ପର୍ଥ: ଭାରତୀୟ କ୍ରିକେଟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ନଭେମ୍ବର ୨୪ରେ ଦଳ ସହିତ ଯୋଗ ଦେବେ ବୋଲି ଜଣାପଡିଛି । ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ରୋହିତ ଖେଳିବେନି । ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରାହ ଦଳର ନେତୃତ୍ୱ ନେବେ । ରୋହିତ ନିକଟରେ ଦ୍ୱିତୀୟ…

ଅକ୍ଷୟ ଶକ୍ତି ଆପଣାଇବା ପାଇଁ ବାଲିଯାତ୍ରାରେ ସଚେତନତା ସୃଷ୍ଟି କରୁଛି ଗ୍ରୀଡ଼କୋ

କଟକ: ଚଳିତ ବର୍ଷ କଟକ ବାଲିଯାତ୍ରାରେ ରାଜ୍ୟ ଅକ୍ଷୟ ଶକ୍ତି ପ୍ରମୁଖ ସଂସ୍ଥା ବା ରିନ୍ୟୁଏବଲ ଏନର୍ଜି ନୋଡାଲ ଏଜେନ୍ସି ଗ୍ରିଡକୋ ପକ୍ଷରୁ ଏକ ପାଭିଲିଅନ ସ୍ଥାପନ କରାଯାଇଛି । ଏହି ପାଭିଲିଅନରେ ଅକ୍ଷୟ ଶକ୍ତିକୁ କିଭଳି ସମସ୍ତେ ଖୁବଶୀଘ୍ର ଆପଣାଇପାରିବେ, ସେ ସମ୍ପର୍କରେ ବ୍ୟାପକ ସଚେତନତା…

ଶୀତରେ ଗାଧୋଇବାକୁ ମନା କରିବା ମଧ୍ୟ ଏକ ରୋଗର ଲକ୍ଷଣ, ଜାଣନ୍ତୁ ଏହାର ପ୍ରତିକାର..

ନୂଆଦିଲ୍ଲୀ: ଶୀତ ଦିନ ଆସିବା ମାତ୍ରେ କିଛି ଲୋକ ଗାଧୋଇବାକୁ ଅନିଚ୍ଛା ପ୍ରକାଶ କରନ୍ତି । ଏହା ଉପରେ ଲୋକମାନେ ବିଶ୍ବାସ କରନ୍ତି ଯେ ବୋଧହୁଏ ପାଣି ଥଣ୍ଡା, ସେଥିପାଇଁ ଲୋକମାନେ ଗାଧୋଇବା ଠାରୁ ଦୂରେଇ ରୁହନ୍ତି । ଗାଧୋଇବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ, କାରଣ…

ମଦ ଦୁର୍ନୀତି ମାମଲା; କେଜରିୱାଲଙ୍କ ବିରୋଧରେ ଚାଲିଥିବା ଶୁଣାଣି ସ୍ଥଗିତ ରଖିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା । ଦିଲ୍ଲୀ ମଦ ଦୁର୍ନୀତି ପ୍ରସଙ୍ଗରେ ଜଡିତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାଲିଥିବା ଶୁଣାଣି ସ୍ଥଗିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ମନା…

ଜୋମାଟୋ ସିଇଓଙ୍କ ଚାକିରି ଅଫର, ପ୍ରଥମ ବର୍ଷ ଦରମା ନାହିଁ

ନୂଆଦିଲ୍ଲୀ: ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ଚିଫ୍ ଅଫ ଦ ଷ୍ଟାଫ୍ ପଦ ପାଇଁ ଚୟନ ଆରମ୍ଭ କରିଛନ୍ତି। ତେବେ ଏହି ଚାକିରି ପାଇଁ ସେ କିଛି ନିୟମ ରଖିଛନ୍ତି। ତଦନୁଯାୟୀ, ପ୍ରଥମ ବର୍ଷ ପାଇଁ କୌଣସି ବେତନ ମିଳିବ ନାହିଁ ଏବଂ ମନୋନୀତ ପ୍ରାର୍ଥୀଙ୍କୁ ଫି ଭାବରେ ୨୦ ଲକ୍ଷ ଟଙ୍କା ଦେବାକୁ ପଡିବ।…

କଟିଲେ ୫ କୋଟିରୁ ଅଧିକ ଭୂତ ରାସନ୍ ହିତାଧିକାରୀ

ନୂଆଦିଲ୍ଲୀ: ଡିଜିଟାଇଜେସନ୍ ବା ଇ-କେଓ୍ବାଇସି ଭରା ହେବା ପରେ ଅନେକ ଲୋକ ରାସନ୍ କାର୍ଡ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅଭିଯାନ ଜରିଆରେ ୫ କୋଟି ୮ ଲକ୍ଷ ଭୂତ ହିତାଧିକାରୀ ଠାବ ହୋଇଛନ୍ତି । ଏନେଇ କେନ୍ଦ୍ର ସରକାର ସଫଳ ହୋଇଥିବା ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

ଦଳର ଦମ୍ଭୋକ୍ତି ଭାଙ୍ଗିଲେ ବଦ୍ରି, କହିଲେ..ଅବାସ୍ତବ କଥା

ଭୁବନେଶ୍ବର: ପୁଣି ସରକାରକୁ ଫେରିବା ପାଇଁ ବିଜେଡିର ନେତାମାନେ ମନରେ ଆଶା ଜମାଉଥିବା ବେଳେ ଏହାକୁ ପାଣିଫୋଟକା ଭଳି ମିଳାଇ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର । କହିଛନ୍ତି, ବିଜେଡି ବିରୋଧୀ ହୋଇସାରିଛି । ୫ ବର୍ଷ ପର୍ଯ୍ୟନ୍ତ ଏଥିରେ କିଛି ପରିବର୍ତ୍ତନ ନାହିଁ ।…

ଗୌତମ ଆଦାନୀଙ୍କୁ ଗିରଫ କରାଯାଉ: ରାହୁଲ 

ନୂଆଦିଲ୍ଲୀ: ଆମେରିକାର ଲାଞ୍ଚ ଦୁର୍ନୀତି ଅଭିଯୋଗକୁ ନେଇ ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଆମେରିକା ପକ୍ଷରୁ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଗୁରୁବାର ରାହୁଲ ଗାନ୍ଧୀ…