Latest Odisha News

BREAKING NEWS

Yearly Archives

2024

ତିବ୍ଦତରେ ରହୁଥିବା ଲୋକଙ୍କ ହୋଇସାରିଛି କି ଜେନେଟିକ ପରିବର୍ତନ

ତିବ୍ଦତ: ପୃଥିବୀପୃଷ୍ଠରେ ମାନବ ଏପରି ଏକ ଜୀବ ଯିଏକି ପରିବେଶ ଏବଂ ପାରିପାଶ୍ୱର୍ିକ ସ୍ଥିତି ଅନୁସାରେ ନିଜକୁ ବଦଳାଇ ପାରିଥାଏ । ମରୁଭୂମି ଅଂଚଳରେ ରହୁଥିବା ମାନବ ହିମାଅଂଚଳରେ ଚଳି ପାରିବ ନାହିଁ । ସେହିପରି ପାହାଡିଆ ଅଂଚଳରେ ରହୁଥିବା ଲୋକଙ୍କ ସଂରଚନାରେ ମଧ୍ୟ ପରିବର୍ତନ ଆସିଛି । ସାଧାରଣ…

ବାତ୍ୟା ମୁକାବିଲା ପାଇଁ ବିଧାୟକମାନଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମସ୍ତ ବିଧାୟକମାନଙ୍କର ସହଯୋଗ ଆବଶ୍ୟକ କରିଛନ୍ତି। ପ୍ରଶାସନିକ ସ୍ତରରେ ଆଗୁଆ ପଦକ୍ଷେପ ନିଆଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସମସ୍ତ ବିଧାୟକମାନଙ୍କୁ ନିଜ ନିଜ ଅଂଚଳବାସୀଙ୍କ ସହ…

ଆଇପିଏସ୍‌ ଲଳିତ ଦାସ ହେଲେ ଓଏସଏସଏସସି ଅଧ୍ୟକ୍ଷ

ଭୁବନେଶ୍ବର: ଓଏସଏସଏସସି ବିଭିନ୍ନ ପଦବୀରେ ଅନିୟମିତତା ପାଇଁ ଗତ କିଛି ଦିନ ହେବ ଚାଲିଛି ଛାତ୍ର ଆନ୍ଦୋଳନ।  ବିଭିନ୍ନ ପଦବୀ ପାଇଁ ନିଯୁକ୍ତିରେ ଅନିୟମିତତାକୁ ନେଇ ବିବାଦରେ ଥିବା ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ(ଓଏସଏସଏସସି)ରେ ଆଜି ରାଜ୍ୟ ସରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତ…

ଛତିଶଗଡର ପାଣିରେ ମାତ୍ରାଧିକ ୟୁରାନିୟମ, ବିଷାକ୍ତ ହେଉଛି ଜଳସ୍ତର

ରାୟପୁର: ଜଳରେ ୟୁରାନିୟମ୍। ଛତିଶଗଡର ୬ଟି ଜିଲ୍ଲାର ଲୋକମାନେ ବିଷାକ୍ତ ପାଣି ପିଉଥିବା ନେଇ ସୂଚନା ମିଳିଛି। ଯେଉଁଥିରେ ୟୁରାନିୟମ୍ ପରିମାଣ ନିର୍ଦ୍ଧାରିତ ଅନୁପାତରୁ ତିନି ଗୁଣ ଅଧିକ ଅଛି। ଏହି କାରଣରୁ ଏହି ଜିଲ୍ଲାମାନଙ୍କରେ କର୍କଟ, କିଡନୀ ସମସ୍ୟା ଏବଂ ଗୁରୁତର ଚର୍ମ ରୋଗ ହେବାର…

ଅବସର ନିଷ୍ପତିରୁ ଓହରିବେ କି ୱାର୍ଣ୍ଣର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଅବସର ନିଷ୍ପତିରୁ ଓହରିବା ନେଇ ସୂଚନା ଦେଇଛନ୍ତି । ଏପରିକି ଯଦି ସମ୍ଭବ ହୁଏ ତେବେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ନେଇ ଆଶା ବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଜାନୁୟାରୀରେ ସେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା…

ବାତ୍ଯା ‘ଦାନା’; ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ୬ ଆଇଏଏସ ନିଯୁକ୍ତ

ଭୁବନେଶ୍ୱର: ବାତ୍ୟା 'ଦାନା'ର ମୁକାବିଲା ପାଇଁ ଓଡ଼ିଶା ସରକାର ମଙ୍ଗଳବାର ଦିନ ୬ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୬ଟି ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ନିଯୁକ୍ତ କରିଛନ୍ତି। ଯେଉଁ ଜିଲ୍ଲାଗୁଡ଼ିକ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।…

ଆସନ୍ତୁ ଜାଣିବା ରୋହିତ କାହିଁକି ସଞ୍ଜୁ ସାମସନଙ୍କୁ କହିଲେ ତୁମେ ମୋତେ ମନେ ମନେ ଗାଳି ଦେଉଛ

ବେଙ୍ଗାଲୁର: ନିକଟରେ ଏକ ସାକ୍ଷାତକାରରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଟି୨୦ ବିଶ୍ୱକପ ଫାଇନାଲରେ ସେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲା । ଏପରିକି ତାଙ୍କୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ କୁହାଯାଇଥିଲା । ତେବେ ଶେଷ…

ଲଣ୍ଡନ ସ୍କୁଲ ପାଠ୍ୟକ୍ରମରେ ଯୋଡିହେଲା ସଂସ୍କୃତ ଭାଷା

ନୂଆଦିଲ୍ଲୀ: ସଂସ୍କୃତ ଶିକ୍ଷା ପ୍ରତି ଏବେ ଭାରତ ଅପେକ୍ଷା ବାହାର ଦେଶର ଆଗ୍ରହ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ପଶ୍ଚିମ ଲଣ୍ଡନରେ ଥିବା ଘରୋଇ ସେଣ୍ଟ ଜେମ୍ସ ଇଣ୍ଡିପେଣ୍ଡେଣ୍ଟ ସ୍କୁଲ ସମୁହରେ ଏବେ ସଂସ୍କୃତ ଶିକ୍ଷା ବାଧ୍ୟତାମୂଳକ କରାଯାଇଛି । ଏହି ସ୍କୁଲର ଜୁନିୟର ବିଦ୍ୟାର୍ଥୀମାନେ…

ବାତ୍ଯା ‘ଦାନା’ ପାଇଁ ବୁଧବାରଠୁ ଶିମିଳିପାଳ ବନ୍ଦ

ବାରିପଦା: ଅକ୍ଟୋବର ୨୫ ସୁଦ୍ଧା ବାତ୍ଯା 'ଦାନା' ଓଡିଶା ଉପକୂଳରେ ପହଞ୍ଚିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।ଯାହାକୁ ନଜରରେ ରଖି ତିନି ଦିନ ପାଇଁ ମୟୂରଭଞ୍ଜ ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବନ୍ଦ ରହିବ ବୋଲି ଅଭୟାରଣ୍ୟ ପକ୍ଷରୁ ଘୋଷଣା କରାଯାଇଛି। କର୍ତ୍ତୃପକ୍ଷଙ୍କ…

ବାତ୍ୟା ‘ଦାନା’ ପାଇଁ ୧୭୮ ଟ୍ରେନ୍‌ ବାତିଲ, ଜାଣନ୍ତୁ… 

ଭୁବନେଶ୍ୱର: ପୂର୍ବ ତଟ ରେଳବାଇ ପକ୍ଷରୁ ବାତ୍ୟା 'ଦାନା'କୁ ନଜରରେ ରଖି ୧୭୮ ଟ୍ରେନ୍ ବାତିଲ କରିଦିଆଯାଇଛି। ଏହି ବାତ୍ଯା ଅକ୍ଟୋବର ୨୪ ଏବଂ ୨୫ରେ ଓଡିଶା ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ଦିନ ରେଳବାଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଉଭୟ ଅପ୍…