Latest Odisha News

BREAKING NEWS

Yearly Archives

2024

ଗାଭାସ୍କରଙ୍କ ଖୁଲାସା, ପାନ ଖାଉଥିବାରୁ ଏହି ଖେଳାଳିଙ୍କୁ ବାଦ ଦିଆ ଯାଇଥିଲା

ମୁମ୍ବାଇ: ସୁନୀଲ ଗାଭାସ୍କର ଏକ ସାକ୍ଷାତକାରରେ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ମୁଁ ଖେଳୁଥିବା ସମୟରେ ମୋର ସାଥୀ କାରସନ ଘାବରୀଙ୍କୁ ବିନା କାରଣରେ ଦଳରୁ ବାଦ ଦିଆଯାଇଥିଲା । ସେ ସମୟରେ ହଠାତ ଆମେ ସେ ବାଦ ପଡିବାର କାରଣ ଜାଣି ପାରି ନ ଥିଲୁ । ପରେ ଜାଣିବାକୁ ପାଇଲୁ ଯେ,…

ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଭୁବନେଶ୍ୱର: ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ସୋମବାର ରାଜ୍ୟ ସରକାର ସେମାନଙ୍କ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଜୁଲାଇ ପହିଲା ୨୦୨୪ରୁ ପିଛିଲା ଭାବରେ…

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ, ଦେଲେ ଏହି ସବୁ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ସମସ୍ତ ସମ୍ଭାବ୍ୟ ପ୍ରଭାବିତ…

ଆସୁଛି ବାତ୍ୟା; ସ୍କୁଲ ଛୁଟିକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ପୁରୀ-ବାଲେଶ୍ୱର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିପାରେ ବୋଲି ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ…

କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪, ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସଦସ୍ୟ ସମ୍ମାନ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଆଜି ପରିବେଶରେ ଆର୍ସେନିକ୍‍ ଉପରେ ୯ମ ଅନ୍ତର୍ଜାତୀୟ କଂଗ୍ରେସ ପ୍ରଦର୍ଶନୀ ଉଦ୍‍ଘାଟିତ ହୋଇଛି। ଚାରିଦିନଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୫୦ଟି ଦେଶରୁ ୧୦୦ରୁ ଊର୍ଦ୍ଧ ପ୍ରତିନିଧିଙ୍କ ସମେତ ୪୦୦ ପ୍ରତିନିଧି ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ…

କିଟ୍‍ ଓ କିସ୍‍ ପରିଦର୍ଶନ କଲେ ସଂସଦୀୟ ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର: ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ରବିବାର କିଟ୍‍ ଓ କିସ୍‍ ଦର୍ଶନ କରିଛନ୍ତି। ସାଂସଦ ଡ. ଫଗନ ସିଂହ କୁଲସ୍ତେଙ୍କ ଅଧ୍ୟକ୍ଷତାରେ ଏହି କମିଟି କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି କିଟ୍‍ର ବିଭିନ୍ନ କ୍ୟାମ୍ପସ୍‍ ବୁଲି ଦେଖିବା ସହ…

ହବିଷ୍ୟାଳୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପ୍ରଦାନ କଲେ ଏହି ସବୁ ସାମଗ୍ରୀ

ପୁରୀ: ପୁରୀରେ ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିର ପରିଦର୍ଶନ କରିବା ସହ ବୃନ୍ଦାବତୀ ନିବାସ ଶିବିରରେ ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା ସହ ବ୍ରତଧାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ଦେଇ ସ୍ବାଗତ କରିଥିଲେ ବ୍ରତଧାରୀ…

ପୁଣେ ଟେଷ୍ଟ ପାଇଁ ଧୀମା ଆଉ ଟର୍ଣ୍ଣ କରୁଥିବା ପିଚ !

ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପୁଣେରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ଏହା ଅକ୍ଟୋବର ୨୪ରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଟିମ ଇଣ୍ଡିଆ ଏହି ଟେଷ୍ଟରେ ବିଜୟ ହାସଲ କରିବା ପାଇଁ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରିଛି । ରିପୋର୍ଟ ମୁତାବକ ପୁଣେ ପିଚ ଧୀମା…

ବାତ୍ଯା ‘ଦାନା’; ଏନଆରଟିଏସ୍ ଓ ସ୍କଲାରସିପ ପରୀକ୍ଷା ସ୍ଥଗିତ କଲା ବିଏସଇ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ବାତ୍ଯା 'ଦାନା' କାରଣରୁ ଏନଆରଟିଏସ୍ ଏବଂ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ନ୍ୟାସନାଲ ରୁରାଲ୍ ଟାଲେଣ୍ଟ ସ୍କଲାରସିପ୍ (ଏନଆରଟିଏସ୍)…

ବିମାନରେ ବୋମା ନେଇ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିମାନରେ ବୋମା ଥିବା ନେଇ ଧମକ ମିଳୁଛି। ଯାହାକୁ ନେଇ କଡା ପଦକ୍ଷେପ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଏଭଳି ଗୁଜବ କଲ୍ ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ…